ପ୍ରକାଶ ପାଇଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଯାତ୍ରୀ ଭଡ଼ା: ଏସି ଚେୟାର କାର୍‌ ପାଇଁ ଭଡା ୧୮୫୦ ଓ ଏକ୍‌ଜିକ୍ୟୁଟିଭ୍‌ କ୍ଲାସ୍‌ ପାଇଁ ୩୨୨୦ ଟଙ୍କା

ନୂଆଦିଲ୍ଲୀ: ଦେଶର ସେମି-ଦ୍ରୁତଗାମୀ ଟ୍ରେନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ବିଭିନ୍ନ ସ୍ବାତନ୍ତ୍ର୍ୟ ସାମ୍ନାକୁ ଆସିଯାଇଛି। ଜାଣିବାକୁ ମିଳିଛି ଯେ ଏହି ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଯାତ୍ରୀମାନଙ୍କୁ ଦିଲ୍ଳୀରୁ ବାରଣାସୀ ପର୍ଯ୍ୟନ୍ତ ଏସି ଚେୟାର କାର୍‌ରେ ଯିବା ପାଇଁ ଦେବାକୁ ପଡ଼ିବ ୧୮୫୦ ଟଙ୍କା। ଏକ୍‌ଜିକ୍ୟୁଟିଭ୍‌ କ୍ଲାସ୍‌ର ଭଡ଼ା ରହିଛି ୩୨୨୦ ଟଙ୍କା। ଏଥିରେ ଖାଦ୍ୟପେୟର ଦେୟ ବି ସାମିଲ୍‌ ରହିଛି।

ସେହିପରି ବାରଣାସୀରୁ ଦିଲ୍ଲୀ  ଫେରିବା ବେଳେ ଏସି ଚେୟାର କାର୍‌ରେ ଟିକେଟ୍‌ ଦର ୧୭୯୫ ଟଙ୍କା  ଥିବା ବେଳେ ଏକ୍‌ଜିକ୍ୟୁଟିଭ୍‌ କ୍ଲାସ୍‌ର ଭଡ଼ା ହେବ ୩୭୭୦ ଟଙ୍କା। ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଭଡ଼ା ସମାନ ଦୂରତା ଏସି ଚେୟାର କାର୍‌ ପାଇଁ ଶତାବ୍ଦୀ ଏକ୍ସପ୍ରେସଠାରୁ ୧.୫ ଗୁଣ ଅଧିକ ଓ ଏକ୍‌ଜିକ୍ୟୁଟିଭ୍‌ କ୍ଲାସ୍‌ର ଭଡ଼ା ଶତାବ୍ଦୀ ଏକ୍ସପ୍ରେସ୍‌ଠାରୁ ୧.୪ ଗୁଣା ଅଧିକ ରହିଛି।

ଏହି ସେମି-ଦ୍ରୁତଗାମୀ ଟ୍ରେନ୍‌କୁ ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବେ। ଟ୍ରେନ୍‌ଟି ସମୁଦାୟ ୭୫୫ କିଲୋମିଟର ଯାତ୍ରା ମଧ୍ୟରେ କେବଳ କାନପୁର ଓ ପ୍ରୟାଗରାଜ ଷ୍ଟେସନ୍‌ରେ ଅଟକିବ।

ସମ୍ବନ୍ଧିତ ଖବର