ଓଡିଶାରେ ଗଚ୍ଛିତ ଥିବା ଖଣିଜ ପଦାର୍ଥର ବିନିଯୋଗ ଦ୍ୱାରା ନିଯୁକ୍ତି ବଢିବ: ବେଦାନ୍ତ

ଭୁବନେଶ୍ବର : ଭାରତରେ ସର୍ବାଧିକ ଆଲୁମିନିୟମ ଉତ୍ପାଦନ କରୁଥିବା ବେଦାନ୍ତ ଅଲୁମିନିୟମର ସହାୟକ କମ୍ପାନୀ ବେଦାନ୍ତ ଲାଞ୍ଜିଗଡ ଗତ ସପ୍ତାହରେ ଭୁବନେଶ୍ୱରରେ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଦ୍ୱାରା ଆୟୋଜିତ ଏଚ୍ଆର ଲିଡରସିପ ସମିଟ୍ ୨୦୧୯ ରେ ଅଂଶ ଗ୍ରହଣ କରିଥିଲା । କମ୍ପାନୀ ଅନୁସାରେ ଖଣିଜ ପଦାର୍ଥ ଉତ୍ତୋଳନ ପ୍ରକ୍ରିୟାକୁ ବଢାଇବା ଦ୍ୱାରା ଓଡିଶାର ଗଚ୍ଛିତ ଖଣିଜ ପଦାର୍ଥ ଉତ୍ତୋଳନ ପ୍ରକ୍ରିୟାକୁ ସହାଯ୍ୟ ମିଳିପାରିବ ଯାହକି ନୂତନ ନିଯୁକ୍ତି ସୃଷ୍ଟି ସହିତ ଆର୍ଥିକ ବିକାଶ ମଧ୍ୟ ହୋଇପାରିବ ଏବଂ ଶିଖର ସମ୍ମିଳନୀ ରେ ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ କୁହାଯାଇଛି ଯେ ଓଡିଶାରେ ଗଚ୍ଛିତ ପ୍ରାକୃତିକ ସମ୍ବଳର ବ୍ୟବହାର ଦ୍ୱାରା ଏକ ଟ୍ରିଲିୟନ ଅର୍ଥନୀତିରେ ପହଞ୍ଚି ପାରିବା । ଶିଖର ସମ୍ମିଳନୀ ରେ ଏକ ଟ୍ରିଲିୟନ ଅର୍ଥନୀତି କୁ ହାସଲ କରିବା ପାଇଁ ଓଡିଶାର ମାନବ କ୍ଷମତାକୁ ଉପଯୋଗ କରିବା ବିଷୟ ଉପରେ ଆଲୋଚନା ହୋଇଥିଲା ଏବଂ ବକ୍ତା ମାନେ ସର୍ବସମ୍ମତି କ୍ରମେ କହିଲେ ଯେ ଓଡିଶାରେ ଖଣି ଉତ୍ତୋଳନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିଜର ମାନବ ଦକ୍ଷତାକୁ ବଢାଇବା ଦରକାର, ରାଜ୍ୟରେ ନିବେଶକଙ୍କ ପ୍ରବେଶ ପାଇଁ ଅନୁକୁଳ ନୀତି, ଆଧୁନିକ ସଂରଚନା ଏବଂ ଉନ୍ନତ ସଂଯୋଜକ ଆବଶ୍ୟକ ରହିଛି ।

ଏହି ଅବସରରେ ରାହୁଲ ଶର୍ମା, ମୁଖ୍ୟ କାର୍ୟ୍ୟନିର୍ବାହି ଅଧିକାରୀ , ବେଦାନ୍ତ -ଆଲୁମିନା ବ୍ୟବସାୟ କହିଛନ୍ତି ଯେ ବେଦାନ୍ତ, ସରକାରଙ୍କ ନିତି ଅନୁସାରେ ୨୦୩୦ ସୁଦ୍ଧା ଏକ ଟ୍ରିଲିୟନ ଅର୍ଥନୀତି କୁ ପ୍ରାପ୍ତ କରିବା ପାଇଁ ନିଜର ସମସ୍ତ ସହାୟତା କୁ ଚାଲୁରଖିବ । ରାଜ୍ୟରେ ୫୦,୦୦୦ କୋଟି ର ସବୁଠାରୁ ଅଧିକ ଅର୍ଥ ବିନିଯୋଗ କରି କମ୍ପାନୀ ବେଦାନ୍ତ ଆଲୁମିନିୟମ ଓଡିଶାରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଏକ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି । ପ୍ରମୁଖ ନିଯୁକ୍ତି ସୃଷ୍ଟିକାରି ହିସାବରେ ଆମେ ଆପଣଙ୍କୁ ବିଶ୍ୱାସ ଦେଇ ପାରିବୁ ଯେ ଡିଜିଟାଲିକରଣ ଏବଂ ବିବିଧତା ଦ୍ୱାରା ଆମେ ଏହି ସଫଳତା କୁ ହାସଲ କରିବା ପାଇଁ ସକ୍ଷମ ହୋଇଛୁ ।

ସମ୍ବନ୍ଧିତ ଖବର