‘ଭାଇବ୍ରାଣ୍ଟ୍‌ ଏକାଡେମି’ ଛାତ୍ର ପାଇବେ ଅନନ୍ୟ ସଫଳତା

କୋଟା: ଜେଇଇ-ଆଡ୍‌ଭାନ୍ସଡ୍‌-୨୦୧୮ର ପରୀକ୍ଷା ଫଳ ଚଳିତ ମାସ ୧୦ ତାରିଖରେ ପ୍ରକାଶ ପାଇବ। ଏହା ପୂର୍ବରୁ ଆଇଆଇଟି-କାନପୁର ପକ୍ଷରୁ ଏହି ପରୀକ୍ଷାର ‘ଆନ୍‌ସାର୍‌ କି’ ଜାରି କରାଯାଇଛି। ଭାଇବ୍ରାଣ୍ଟ୍‌ ଏକାଡେମି ପକ୍ଷରୁ ତାହାକୁ ସମୀକ୍ଷା କରାଯିବା ପରେ କୁହାଯାଇଛି ଯେ ଅନୁଷ୍ଠାନର କ୍ଲାସ୍‌ରୁମ୍‌ ଛାତ୍ର ସାହିଲ ଜୈନଙ୍କୁ ସର୍ବଭାରତୀୟ ଦ୍ୱିତୀୟ ର‍୍ୟାଙ୍କ୍‌ ମିଳିବ। ସେହିପରି ଛାତ୍ରୀ ବର୍ଗରେ ମିନଲ୍‌ ପାରକ୍‌ ଟପର୍‌ ହେବେ। ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଭାଇବ୍ରାଣ୍ଟ୍‌ ଏକାଡେମିର ନିର୍ଦେଶକ ନରେନ୍ଦ୍ର ଅବସ୍ତି ଓ ବିମଳ କୁମାର ଜୈସଓ୍ଵାଲ୍‌ ଏହା କହିଛନ୍ତି। ନିର୍ଦେଶକ ଦ୍ୱୟ କହିଛନ୍ତି ଯେ ସାହିଲଙ୍କୁ ୩୬୦ରୁ ୩୨୪ ମାର୍କ ମିଳିବ। ସେହିପରି ମିନଲ ପାରକ୍‌ଙ୍କ ୩୧୩ ନମ୍ବର ରହିବ।

ସମ୍ବନ୍ଧିତ ଖବର