ବିଶାଖାପାଟଣାରେ ତେଲ କମ୍ପାନିଙ୍କ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ଉପରାଷ୍ଟ୍ରପତି

ବିଶାଖାପାଟଣା: ଓଏନ୍‌ଜିସି, ଗେଲ୍‌ ଏବଂ ଏଚ୍‌ପିସିଏଲ୍‌ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡ଼ୁ କରିଛନ୍ତି। ଗତ ୧୩ ତାରିଖରେ ଭିୟୁଡିଏ ଚିଲ୍‌ଡ୍ରେନ୍‌ସ୍‌ ଥିଏଟର ଠାରେ ଆୟୋଜିତ ବୈଠକରେ ଉପରାଷ୍ଟ୍ରପତି ଏହି ସମୀକ୍ଷା କରିଛନ୍ତି। ଏହି ବୈଠକରେ ଖଣି ଓ ଭୂତତ୍ତ୍ୱ ମନ୍ତ୍ରୀ ଆର. ଭି ସୁଜୟ କ୍ରିଷ୍ଣା ରଙ୍ଗା ରାଓ, ବିଶାଖାପାଟଣା ଏମ୍‌ପି ଶ୍ରୀ ହରିବାବୁ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ବିଭାଗର ଯୁଗ୍ମ ସଚିବ ସୁଷମା ରଥ, ଆନ୍ଧ୍ର ପ୍ରଦେଶର ଶିଳ୍ପ ସଚିବ ସାଲୋମନ୍‌ ଆରୋକ୍ଷରାଜ, ଜିଭିଏମ୍‌ସି କମିସନର୍‌ ଶ୍ରୀ ହରିନାରାୟଣନ୍‌, ଜିଲ୍ଲାପାଳ ଜି ଷୟରଜନା ଏବଂ ଉପରାଷ୍ଟ୍ରପତିଙ୍କ ସଚିବ ଡ. ଯୁବରାଜ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ଏଚ୍‌ପିସିଏଲ୍‌ର ସିଏମ୍‌ଡି ଏକ. କେ. ସୁରାନା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଓଏନ୍‌ଜିସି ସିଏମ୍‌ଡି ଶଶି ଶଙ୍କର, ଗେଲ୍‌ ସିଏମ୍‌ଡି ବି. ସି. ତ୍ରିପାଠୀ ଏବଂ ଏଚ୍‌ପିସିଏଲ୍‌ ସିଏମ୍‌ଡି ଏମ୍‌. କେ. ସୁରାନା ଦେଶରେ ସେମାନଙ୍କ କମ୍ପାନି ପକ୍ଷରୁ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଓ ସେଗୁଡ଼ିକର ଅଗ୍ରଗତି ସମ୍ପର୍କରେ ତଥ୍ୟ ରଖିଥିଲେ। ଶେଷରେ ଏଚ୍‌ପିସିଏଲ୍‌ ବିଶାଖା ବିଶୋଧନାଗାରର କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରସାଦ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର