ବିଶ୍ବନାଥନ୍‌ ହୋଇପାରନ୍ତି ଅନ୍ତରୀଣ ମୁଖ୍ୟ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କର ବରିଷ୍ଠ ଡେପୁଟି ଗଭର୍ଣ୍ଣର ଏନ୍‌ ଏସ୍‌ ବିଶ୍ବନାଥନଙ୍କୁ ରିଜର୍ଭ ବ୍ୟାଙ୍କର ଅନ୍ତରୀଣ ମୁଖ୍ୟ ଭାବେ ନିଯୁକ୍ତି ପ୍ରଦାନ କରାଯାଇପାରେ। ୨୦୧୬ ଜୁଲାଇ ୪ରେ ତାଙ୍କୁ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା। ଶୁକ୍ରବାର ଦିନ ହେବାକୁ ଥିବା କେନ୍ଦ୍ରୀୟ ବୋର୍ଡ ବୈଠକରେ ସେ ନେତୃତ୍ବ ନେଇପାରନ୍ତି ବୋଲି ଚର୍ଚା ହେଉଛି। ଅନେକ ଦୃଷ୍ଟିରୁ ଶୁକ୍ରବାରର ବୈଠକ ଗୁରୁତ୍ବପୂର୍ଣ୍ଣ। ସେହିଦିନ ଅନେକ ବିବାଦୀୟ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। କୁହାଯାଉଛି ଯେ, ରିଜର୍ଭ ବ୍ୟାଙ୍କ ଭଳି ଏକ ଅନୁଷ୍ଠାନକୁ ସରକାର ଅଧିକ ଦିନ ମୁରବୀ ବିହୀନ ରଖିପାରିବେ ନାହିଁ। ଖୁବ୍‌ଶୀଘ୍ର ସରକାରଙ୍କୁ ଉର୍ଜିତଙ୍କ ଉତ୍ତରାଧିକାରୀ ଖୋଜିବାକୁ ପଡ଼ିବ।

ସମ୍ବନ୍ଧିତ ଖବର