ଆମାଜନ ଏବଂ ଫ୍ଲିପ୍‌କାର୍ଟରେ ଭିଭୋର ସାଧାରଣତନ୍ତ୍ର ଅଫର

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ୭୦ ତମ ସାଧୀରଣତନ୍ତ୍ର ଦିବସ ପାଳନ ଅବସରରେ ଆମାଜନ ଏବଂ ଫ୍ଲିପ୍‌କାର୍ଟରେ ୪ ଦିନିଆ ଆକର୍ଷଣୀୟ ଅଫର ଆରମ୍ଭ କରାଯିବା ନେଇ ଘୋଷଣା କରାଯାଇଛି। ଆମାଜନରେ ଏହା ୨୦ ତାରିଖଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେଉଛି । ସେହିପରି ଫ୍ଲିପ୍‌କାର୍ଟରେ ଏହା ୨୦ତାରିଖଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେଉଛି ।

ପ୍ରାଇମ୍‌ ସଦସ୍ୟମାନେ ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଜାନୁୟାରୀ ୧୯ ତାରିଖ ମଧ୍ୟାହ୍ନ ୧୨ଟାଠାରୁ ଏହା ଉପଲବ୍ଧ କରିପାରିବେ। ଏହି ଅବସରରେ ଭିଭୋ ଇଣ୍ଡିଆର ସିଏମ୍‌ଓ ଜେରୋମି ଚେନ୍‌ କହିଲେ, ‘ଭିଭୋ ପକ୍ଷରୁ ଏହି ୭୦ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଅଫର ଉପଲବ୍ଧ କରାଯିବ। ସ୍ମାର୍ଟଫୋନ୍‌ ଏବଂ ଆସେସୋରିଜ୍‌ ଉପରେ ଆକର୍ଷଣୀୟ ଅଫର ପ୍ରଦାନ କରାଯିବ। ଏହି ଅବସରରେ ଭିଭୋର ଭିଭୋ ନେକ୍ସ୍‌, ଭି-୯ ପ୍ରୋ ଏବଂ ଅନ୍ୟ ସ୍ମାର୍ଟଫୋନ୍‌ ଉପରେ ଆକର୍ଷଣୀୟ ଅଫର ପ୍ରଦାନ କରାଯିବ। ଆମାଜନ୍‌ରେ ଏଚଡିଏଫସି କାର୍ଡ ତଥା ଫ୍ଲିପ୍‌କାର୍ଟରେ ଏସବିଆଇ କାର୍ଡ ବ୍ୟବହାର କରୁଥିବା ଗ୍ରାହକଙ୍କୁ ୧୦ ପ୍ରତିଶତ ରିହାତି ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର