ବଜାରରେ ଭିଭୋ ଭି-୭ ପ୍ଲସ୍‌ ଲିମିଟେଡ୍‌ ଏଡିସନ

ନୂଆଦିଲ୍ଲୀ : ଆଗକୁ ଭାଲେଣ୍ଟାଇନ ଡେ ଥିବାରୁ ଚାଇନିଜ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ ଭି-୭ ପ୍ଲସ୍‌ର ଲିମିଟେଡ୍‌ ସଂସ୍କରଣ ବଜାରକୁ ଛଡାଯାଇଛି । ଏହାର ନାଁ ରହିଛି ‘ଇନଫାନାଇଟ୍‌ ରେଡ୍‌’ । ରେଡ୍‌ ରଙ୍ଗ ଭଲ ପାଇବାର ରଙ୍ଗ ଭାବେ ପ୍ରତିପାଦିତ ହୋଇଛି। ଏହା ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମୀ ଯୁଗଳଙ୍କର ଅନ୍ତରର ଭାବକୁ ପରିପ୍ରକାଶ କରିବାକୁ ସକ୍ଷମ ହେବ । ଏହି ଲିମିଟେଡ୍‌ ସଂସ୍କରଣର ଷ୍ଟାଇଲ୍‌ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହେବ ବୋଲି କମ୍ପାନି କହିଛି । ଭିଭୋ ଭି-୭ ପ୍ଲସ୍‌ର ମୂଲ୍ୟ ୨୨,୯୯୦ ଟଙ୍କା ରହିଛି। ଏହା ଦେଶବ୍ୟାପୀ ସମସ୍ତ ଅଫ୍‌ ଲାଇନ୍‌ ଷ୍ଟୋର ଏବଂ ଆମାଜନ୍‌ରେ ଉପଲବ୍ଧ ହେଉଛି । ଗ୍ରାହକ ଏହାର ମାଧ୍ୟମରେ ବୁକ୍‌ ମାଇଁ ଶୋ ଏବଂ ଫେର୍ଣ୍ଣସ୍‌ ଏନ୍‌ ପେଟାଲସ୍‌ ପାଇଁ ୫୦୦ ଟଙ୍କା ମୂଲ୍ୟର ଅଫର ଲାଭ କରିପାରିବେ । ସେହିପରି ସ୍ମାର୍ଟଫୋନ୍‌ ଏକ୍ସଚେ୍‌ଞ୍ଜ ଅଫର ମାଧ୍ୟମରେ ୩୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ହାସଲ କରିପାରିବେ। ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍‌ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା। ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍‌ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା ।

ସମ୍ବନ୍ଧିତ ଖବର