ବଜାରକୁ ଆସିଲା  ଭିଭୋ ଭି-୯ର  ସାଫେୟାର ବ୍ଲୁ  ଭ୍ୟାରିଆଣ୍ଟ 

ନୂଆଦିଲ୍ଲୀ : ବିଶ୍ୱସ୍ତରୀୟ ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ  ଏହାର ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ ଭି-୯ ଏବେ ସାଫେୟାର୍‌ ବ୍ଲୁ ରଙ୍ଗ ଭ୍ୟାରିଆଣ୍ଟରେ ବଜାରରେ ଉପଲବ୍ଧ ହେଉଛି। ଏହା ଗତ ୧୮ ତାରିଖଠାରୁ ଉପଲବ୍ଧ ହେଉଛି। ଏହାର ମୂଲ୍ୟ ୨୨,୯୯୦ ଟଙ୍କା ରହିଛି । ଏହାମଧ୍ୟ ମଇ ୨୧ ଠାରୁ ଅନ୍‌ଲାଇନ୍‌ ଶପ୍‌ ଆମାଜନ୍‌ ଡଟ୍‌ ଇନ୍‌ ଏବଂ ଭିଭୋ ଇ-ଷ୍ଟୋରରେ ଉପଲବ୍ଧ ହେଉଛି । ସାଫେୟାର୍‌ ବ୍ଲୁ ରଙ୍ଗ ଭ୍ୟାରିଆଣ୍ଟ ଯୁବ ତଥା ଫେଶନ୍‌ ସଚେତନ ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଏହା ସେମାନଙ୍କ ବ୍ୟକ୍ତିତ ବିକାଶ କରିବାକୁ ସକ୍ଷମ ହେବ। ଏହାର ସ୍କ୍ରିନ୍‌ ସାଇଜ୍‌ ୧୫.୫୧ ସିଏମ୍‌(୬.୩ ଇଞ୍ଚ), ଏଫଏଚଡି+ ଫ୍ରେମ୍‌, ୧୯.୯ ଫୁଲ୍‌ ଭିୟୁ, ୨.୦ ଡିସପ୍ଲେ, ୯୦ ପ୍ରତିଶତ ସ୍କ୍ରିନ୍‌ ବଡି ଅନୁପାତ ଆଦି ବୈଶିଷ୍ଟ୍ୟ ରହିଛି। ଏହା ସର୍ବନିମ୍ନ ବ୍ୟାଜେଲ୍‌ ୧.୭୫ ଏମ୍‌ଏମ୍‌ ରହିଛି। ଏହି ଅବସରରେ ଭିଭୋ ଇଣ୍ଡିଆର ସିଏମ୍‌ଓ ଶ୍ରୀ କେନ୍ନ୍‌ି ଜେଙ୍ଗ୍‌ କହିଲେ,‘ ଭି-୯ ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ର ସାଫେୟାର୍‌ ବ୍ଲୁ ରଙ୍ଗର ବଜାର ପ୍ରବେଶ ସହିତ ଭିଭୋ ସାମ୍ପ୍ରତିକ  ଜ୍ଞାନକୌଶଳରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବାର ପ୍ରୟାସ ଜାରି ରଖିଛି। ଏହା ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ । ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍‌ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା।ଏହା ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍‌କୁ ଗୁରୁତ୍ୱ ପ୍ରଦାନ କରିଥାଏ।   ସମ୍ପ୍ରତି ଦେଶର ୨୨ ରାଜ୍ୟର ୪୦୦ରୁ ଅଧିକ ସହରରେ କମ୍ପାନୀର ୪୦୦ରୁ ଅଧିକ ସର୍ଭିସ୍‌ ସେଣ୍ଟର ରହିଛି।

 

 

ସମ୍ବନ୍ଧିତ ଖବର