ଭାରତରେ ଲଞ୍ଚ୍‌ ହେଲା ଭିଭୋର ଏହି ବହୁଚର୍ଚ୍ଚିତ ସ୍ମାର୍ଟଫୋନ, ଏହାର ଏକ ସ୍ୱତନ୍ତ୍ର ବିଶେଷତ୍ୱ ରହିଛି, ତାହା କଣ ଜାଣନ୍ତୁ

ନୂଆଦିଲ୍ଲୀ : ଭିଭୋ ପକ୍ଷରୁ ଭାରତରେ ନିଜର ଅତ୍ୟାଧୁନିକ ସ୍ମାର୍ଟଫୋନ ଏକ୍ସ୨୧ ଲଞ୍ଚ କରାଯାଇଛି । ଏହାର ବିଶେଷତ୍ୱ ହେଉଛି ଏଥିରେ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର ରହିଛି । ଏହାର ମୂଲ୍ୟ ୩୫,୯୯୦ ଟଙ୍କା ହୋଇଥିବାବେଳେ ଏହା ଫ୍ଲିପକାର୍ଟ,କମ୍ପାନିର ନିଜସ୍ୱ ଅନଲାଇନ ଷ୍ଟୋର ଓ କେତେକ ବଛା ବଛା ଅଫଲାଇନ ଷ୍ଟୋରରେ ଉପଲବ୍ଧ । ଏହି ସ୍ମାର୍ଟଫୋନ୍‌କୁ କମ୍ପାନି ପକ୍ଷରୁ ଗତ ଜାନୁୟାରୀମାସରେ ଆମେରିକାର ଲସ ଭାଗସଠାରେ ଅନୁଷ୍ଠିତ ସିଇଏସ୍‌-୨୦୧୮ ବା ଇଣ୍ଟରନାସନାଲ କଂଜୁମର ଇଲେକ୍ଟ୍କୋନିକ୍ସ ଶୋ’ରେ ପ୍ରଦର୍ଶନ କରାଯାଇଥିଲା । ଏହି ସ୍ମାର୍ଟଫୋନରେ ଡିସପ୍ଲେ ଉପରେ ହିଁ ଫିଙ୍ଗରପ୍ରିଣ୍ଟ ସେନସର ରହିଛି । ଏହି ଫିଚର ଥିବା ସ୍ମାର୍ଟଫୋନ ନିର୍ମାଣ ପାଇଁ କମ୍ପାନି ଆମେରିକୀୟ ଟେକନଲୋଜୀ କମ୍ପାନି ସିନାପ୍‌ଟିକ୍‌ର ଅପଟିକାଲ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର ବ୍ୟବହାର କରିଛି । ସିନାପଟିକ ଦ୍ୱାରା ପ୍ୟାଟେଣ୍ଟ କରାଯାଇଥିବା ଏହି ଟେକନଲୋଜୀର ନା ହେଉଛି କ୍ଲିୟର ଆଇଡି । ଏହି ଟେକନଲୋଜୀ ବ୍ୟବହାର କରିବା ଦ୍ୱାରା ସ୍ମାର୍ଟଫୋନର ଡିସ୍‌ପ୍ଲେକୁ ସମ୍ପୂର୍ଣ୍ଣ ଭାବେ ବେଜେଲ୍‌ଲେସ୍‌ କରିପାରିଛି । ଅର୍ଥାତ୍‌ ଫୋନର ଆଗପଟଟି ସମ୍ପୂର୍ଣ୍ଣ ଭାବେ ଡିସ୍‌ପ୍ଲେ ଦ୍ୱାରା କଭର ହୋଇ ରହିବ । ଫିଙ୍ଗର ପ୍ରିଣ୍ଟ ସ୍କାନର ପାଇଁ କୌଣସି ଅଲଗା ସ୍ଥାନ ରଖିବାକୁ ପଡିବ ନାହିଁ । ଏହି ସ୍ମାର୍ଟଫୋନଟି କେବଲ ବ୍ଲାକ କଲର (କଳା ରଂଗ)ରେ ମିଳୁଛି ।

ସମ୍ବନ୍ଧିତ ଖବର