ଆଜିଠୁ ଅନଲାଇନରେ ବିକ୍ରି ହେଉଛି ଭିଭୋ ୱାଇ-୭୧ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ ୱାଇ-୭୧ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହାର ମୂଲ୍ୟ ୧୦,୯୯୦ ଟଙ୍କା ରହିଛି। ଏହା ଗେ୍‌ାଲ୍ଡ ଏବଂ ମେଟ୍‌ ବ୍ଳାକ୍‌ ରଙ୍ଗରେ ଉପଲବ୍ଧ ହେଉଛି। ସେହିପରି ଆଜିଠାରୁ ଏହା ଅନ୍‌ଲାଇନ୍‌ରେ ଭିଭୋ ଇ-ଷ୍ଟୋର, ଫ୍ଲିପ୍‌କାର୍ଟ ଡଟ୍‌ କମ୍‌, ଆମାଜନ ଡଟ୍‌ ଇନ୍‌ ତଥା ପେଟିଏମ୍‌ ଡଟ୍‌ କମ୍‌ରେ ଉପଲବ୍ଧ ହେଉଛି ।

ଏହି ଫୋନ୍‌ ଯୁବବର୍ଗଙ୍କ ସେଲ୍‌ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି। ଏଥିରେ ୧୫.୨୧ ସେମି ସ୍କ୍ରିନ୍‌ ଡିସ୍‌ପ୍ଲେ ରହିଛି। ଏହାର ସ୍କ୍ରିନ୍‌ ବଡି ଅନୁପାତ ୮୪.୪ ପ୍ରତିଶତ ରହିଛି। ଏଥିରେ ୧୩ଏମ୍‌ପି ପଛ କ୍ୟାମେରା, ୫ଏମ୍‌ପି ସେଲଫି କ୍ୟାମେରା ୩ଜିବି ରାମ୍‌, ୧୬ ଜିବି ରମ୍‌ କ୍ୱାଲକମ୍‌ ସ୍ନାପଡ୍ରାଗନ୍‌, ଆଣ୍ଡ୍ରଏଡ୍‌ ୮.୧, ଫେସ୍‌ ଆକ୍ସେସ୍‌,୧୮.୯ ଫୁଲ୍‌ ଭିୟୁ, ୩୩୬୦ଏମ୍‌ଏଏଚ୍‌ ବ୍ୟାଟେରୀ ଆଦି ବୈଶିଷ୍ଟ୍ୟ ରହିଛି। ଏଥିରେ ୧୮.୯ ଫୁଲ୍‌ ଭିୟୁ ଡିସ୍‌ ପ୍ଲେ ରହିଛି। ଏହାର ର ବଡି ସ୍କ୍ରିନ୍‌ ଅନୁପାତ ସାଧାରଣ ଫୋନ୍‌ର ୧୬: ୯ଠାରୁ ୧୨.୫ ପ୍ରତିଶତ ଅଧିକ ରହିଛି। ଯାହାକି ସମ୍ପୂର୍ଣ୍ଣ ଭିୟୁ ଉପଲବ୍ଧ କରାଇବାକୁ ସକ୍ଷମ ହୋଇଥାଏ। ଏଥିରେ ଫେସ୍‌ ଆକ୍ସେସ୍‌ ଜ୍ଞାନକୌଶଳ ରହିଛି। ଯାହାକି ବ୍ୟବହାରକାରୀଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ। ଏଥିରେ ଏଆଇ ପାୱାର ଫଟୋଗ୍ରାଫି ସୁବିଧା ରହିଛି। ଏଥିରେ ୧୩ ଏମ୍‌ପି ପିଡିଏଏଫ୍‌ଯୁକ୍ତ ପଛ କ୍ୟାମେରା ରହିଛି। ସେହିପରି ଏଥିରେ ୫ଏମ୍‌ପି ଏଆଇ ଫେସ୍‌ ବିୟୁଟି ବୈଶିଷ୍ଟ୍ୟ ଯୁକ୍ତସେଲଫି କ୍ୟାମେରା ରହିଛି। ଏଥିରେ ୩ଜିବି ରାମ୍‌ ଏବଂ ଶକ୍ତିଶାଳୀ କ୍ୱାଲକମ୍‌ ସ୍ନାପ୍‌ ଡ୍ରାଗନ୍‌ ପ୍ରୋସେସର୍‌ ରହିଛି ଯାହାକି ବ୍ୟବହାକାରୀଙ୍କ ଅଭିଜ୍ଞତା ବୃଦ୍ଧି କରିବାକୁ ସକ୍ଷମ ହେବ। ଏଥିରେ ଆଣ୍ଡ୍ରଏଡ୍‌ ୮.୧ ଓଏସ୍‌,୩୩୬୦ଏମ୍‌ଏଏଚ୍‌ ବ୍ୟାଟେରୀ, ଭିଭୋ ସ୍ମାର୍ଟ ଇିନ୍‌ ଆଦି ବୈଶିଷ୍ଟ୍ୟ ରହିଛି।

ସମ୍ବନ୍ଧିତ ଖବର