ବଜାରରେ ଭିଭୋ ୱାଇ-୯୧ ସ୍ମାର୍ଟଫୋନ୍‌, ଏହି ଫୋନ କିଣିଲେ ସ୍ୱତନ୍ତ୍ର ଅଫର ଦେଉଛନ୍ତି ଜିଓ,ଏୟାରଟେଲ

ନୂଆଦିଲ୍ଲୀ : ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ଏହାର ୱାଇ ସିରିଜ୍‌ ଅନ୍ତର୍ଗତ ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ ୱାଇ-୯୧ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଫୋନ୍‌ ଯୁବବର୍ଗଙ୍କ ସେଲ୍‌ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି। ଏଥିରେ ଡୁଆଲ୍‌ ପଛ କ୍ୟାମେରା ରହିଛି।

୧୫.୮୦ ସେମି ହାଲୋ ଫୁଲ୍‌ ଭିୟୁ ଡିସ୍‌ପ୍ଲେ, ବେଜେଲ ଲେସ୍‌ ସ୍କ୍ରିନ୍‌, ୪୦୩୦ ଏମଏଏଚ୍‌ ବ୍ୟାଟେରୀ ଆଦି ବୈଶିଷ୍ଟ୍ୟ ରହିଛି। ଏହାର ମୂଲ୍ୟ ୧୦,୯୯୦ ଟଙ୍କା ଥିବାବେଳେ ଏହା ସମସ୍ତ ଅଫ୍‌ ଲାଇନ୍‌ ଷ୍ଟୋର ସମେତ ଆମାଜନ୍‌ ଇଣ୍ଡିଆ, ପେ ଟିଏମ୍‌ ଏବଂ ଭିଭୋ ଇଣ୍ଡିଆ ଇ-ଷ୍ଟୋରରେ ଉପଲବ୍ଧ ହେଉଛି । ଏହା ଷ୍ଟାରି ବ୍ଲାକ୍‌ ଏବଂ ଓସିନ୍‌ ବ୍ଲୁ ରଙ୍ଗରେ ଉପଲବ୍ଧ ହେଉଛି । ଏହା ସହିତ ୪,୦୦୦ ଟଙ୍କାର ପ୍ରାୟ ୩-ଟିିବିି (ଟେରା ବାଇଟ) ଡାଟା ରିଲାଏନ୍ସ ଜିଓ ପକ୍ଷରୁ ଉପଲବ୍ଧ କରାଯାଉଛି । ସେହିପରି ଏୟାରଟେଲ୍‌ ପକ୍ଷରୁ ୨୦୦୦ ଟଙ୍କାର ୨୪୦ ଜିବି ଡାଟା ଉପଲବ୍ଧ କରାଯାଉଛି। ଏକ୍ସଚେଞ୍ଜ ଅଫର ମାଧ୍ୟମରେ ଅତିରିକ୍ତ ୫୦୦ ଟଙ୍କା ସହିତ ନୋ କଷ୍ଟ ଇଏମ୍‌ଆଇ ୬ ମାସ ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି । ଏଥିରେ ୧୫.୮୦ ସେମି ସ୍କ୍ରିନ୍‌, ହାଲୋ ଫୁଲ୍‌ ଭିୟୁ ବେଜେଲ ଲେସ୍‌୍‌ ଡିସ୍‌ପ୍ଲେ, ୧୩ ଏମ୍‌ ପି ଏବଂ ୨ ଏମପି ପଛ କ୍ୟାମେରା, ୮ ଏମ୍‌ ପି ସେଲଫି କ୍ୟାମେରା, ୨ ଜିବି ରାମ୍‌, ୩୨ ଜିବି ରମ୍‌, ଡଏସ୍‌ ୪.୫ ଅପରେଟିଂ ସିଷ୍ଟମ୍‌, ମେଡିଆ ଟେକ୍‌ ହେଲିଓ ପି-୨୨ ଅକ୍ଟାକୋର ପ୍ରୋସେସର୍‌, ୪୦୩୦ଏମ୍‌ଏଏଚ୍‌ ବ୍ୟାଟେରୀ ଆଦି ବୈଶିଷ୍ଟ୍ୟ ରହିଛି।

ସମ୍ବନ୍ଧିତ ଖବର