ପୁରୁଣା ସ୍ମାର୍ଟଫୋନକୁ ନୂଆ ଭିଭୋ ସ୍ମାର୍ଟଫୋନରେ ଅପଗ୍ରେଡ କରିବା ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ କଲା ଭିଭୋ

ନୂଆଦିଲ୍ଲୀ : ଚାଇନିଜ ସ୍ମାର୍ଟଫୋନ ବ୍ରାଣ୍ଡ ଭିଭୋର ଗ୍ରାହକମାନେ ଏଣିକି ନିଜର ପୁରୁଣା ଭିଭୋ ସ୍ମାର୍ଟଫୋନ ବା ଅନ୍ୟ ବ୍ରାଣ୍ଡର ସ୍ମାର୍ଟଫୋନକୁ ସହଜରେ ଏକ୍ସଚେଞ୍ଜ କରି ନୂଆ ଭିଭୋ ସ୍ମାର୍ଟଫୋନ shop.vivo.com/in ମାଧ୍ୟମରେ ଅପଗ୍ରେଡ କରିପାରିବେ । ଏହି ଏକ୍ସଚେଞ୍ଜ ପ୍ରକ୍ରିୟାକୁ ସହଜ କରିବା ପାଇଁ କମ୍ପାନି କ୍ୟାସିଫାଏ ଡଟ ଇନ ସହ ହାତ ମିଳାଇଛି ।

ଏହି ଅବସରରେ ଭିଭୋ ଇଣ୍ଡିଆର ବରିଷ୍ଠ ଉପସଭାପତି ଜେରୋମି ଚେନ୍‌ କହିଲେ, ‘ଭିଭୋ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କର ପୁରୁଣା ଫୋନ୍‌ ବଦଳରେ ନୂଆ ଫୋନ୍‌ ଉପଲବ୍ଧ କରାଇବା ପାଇଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି। କ୍ୟାସିଫାଏ ସହିତ ଚୁକ୍ତି ଦ୍ୱାରା ଏହା ସମ୍ଭବ ହୋଇପାରିବ । ଏଥି ପାଇଁ ଗ୍ରାହକ କେତେକ ସହଜ ଉପାୟରେ ଅନ୍‌ ଲାଇନ୍‌ରେ ପଂଜୀକରଣ କରିପାରିବେ। ଗ୍ରାହକଙ୍କ ଠିକଣାରେ ଭିଭୋ ସ୍ମାର୍ଟଫୋନ୍‌ ଯୋଗାଇ ଦିଆଯିବ। ଏହାସହିତ ପୁରୁଣା ଫୋନ୍‌ ମଧ୍ୟ ଗ୍ରହଣ କରାଯାଇପାରିବ। ସେହିପରି କ୍ୟାସିଫାଏ ଭାରତରେ ସମସ୍ତ ସ୍ମାର୍ଟଫୋନ୍‌ ଏକ୍ସଚେ୍‌ କ୍ଷେତ୍ରରେ ଖ୍ୟାତି ହାସଲ କରିପାରିଛି।ଏହା ଦେଶର ୨୩ ଟି ସହରରେ କାରବାର ଜାରି ରଖିଛି ।

ସମ୍ବନ୍ଧିତ ଖବର