ଜୁନ ୧୨ରେ ଭିଭୋ ଲଞ୍ଚ କରିବ ଏହି ରହସ୍ୟମୟ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଆସନ୍ତା ୧୨ ତାରିଖରେ ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନି ଭିଭୋ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ଏହି ସ୍ମାର୍ଟଫୋନଟି ଅନେକ ଦୃଷ୍ଟି କୋଣରୁ ଏକ ନୂଆ ପ୍ରକାରର ସ୍ମାର୍ଟଫୋନ ହେବ । ଏହାର ନାଁ ରଖାଯାଇଛି ଭିଭୋ ନେକ୍ସ । ଭିଭୋ ନେକ୍ସ ହେବ ଏକ ସଂପୂର୍ଣ୍ଣ ବେଜେଲଲେସ୍‌ ଥିବା ସ୍ମାର୍ଟଫୋନ । ଅର୍ଥାତ ଏହାର ଆଗପଟେ ସଂପୂର୍ଣ୍ଣ ଭାବେ କେବଳ ଡିସପ୍ଲେ ରହିବ । ଏହି ଡିସପ୍ଲେ ମଧ୍ୟରେ ଫିଙ୍ଗର ପ୍ରିଣ୍ଟ ସେନସର ରହିବ । ଏହି ସ୍ମାର୍ଟଫୋନରେ ଡିସପ୍ଲେ ଉପରେ ହିଁ ଫିଙ୍ଗରପ୍ରିଣ୍ଟ ସେନସର ରହିଛି । ଏହି ଫିଚର ଥିବା ସ୍ମାର୍ଟଫୋନ ନିର୍ମାଣ ପାଇଁ କମ୍ପାନି ଆମେରିକୀୟ ଟେକନଲୋଜୀ କମ୍ପାନି ସିନାପ୍‌ଟିକ୍‌ର ଅପଟିକାଲ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର ବ୍ୟବହାର କରିଛି । ସିନାପଟିକ ଦ୍ୱାରା ପ୍ୟାଟେଣ୍ଟ କରାଯାଇଥିବା ଏହି ଟେକନଲୋଜୀର ନା ହେଉଛି କ୍ଲିୟର ଆଇଡି । ଏହି ଟେକନଲୋଜୀ ବ୍ୟବହାର କରିବା ଦ୍ୱାରା ସ୍ମାର୍ଟଫୋନର ଡିସ୍‌ପ୍ଲେକୁ ସମ୍ପୂର୍ଣ୍ଣ ଭାବେ ବେଜେଲ୍‌ଲେସ୍‌ କରିପାରିଛି ।ଏହି ଡିସପ୍ଲେ ମଧ୍ୟରେ ହିଁ ସେଲଫି କ୍ୟାମେରା ରହିବ । ଏଥିରେ ରହିଛି ଓଏଲଇଡି ଫୁଲ-ଏଚଡି ଡିସପ୍ଲେ । ଏହା ପ୍ରଥମେ ଚୀନ ବଜାରରେ ଲଞ୍ଚ୍‌ କରିବ । ଏହାର ମୂଲ୍ୟ ପ୍ରାୟ ୧୦୯୦ ଡଲାର ରହିବା ଅନୁମାନ କରାଯାଉଛି । ତେବେ ଭାରତକୁ ଏହି ଫୋନ ଆସିବାକୁ ଆଉ କିଛି ମାସ ଲାଗିବ । ନିକଟରେ ଭିଭୋ ପକ୍ଷରୁ ଭାରତରେ ନିଜର ଅତ୍ୟାଧୁନିକ ସ୍ମାର୍ଟଫୋନ ଏକ୍ସ୨୧ ଲଞ୍ଚ କରାଯାଇଥିଲା । ଏହାର ବିଶେଷତ୍ୱ ହେଉଛି ଏଥିରେ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର ରହିଛି । ଏହାର ମୂଲ୍ୟ ୩୫,୯୯୦ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର