ଭିଭୋ ପକ୍ଷରୁ ଭି-୧୫ ସ୍ମାର୍ଟଫୋନର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲଗସିପ୍ ସ୍ମାର୍ଟଫୋନ୍ ଭି-୧୫ର ବିକ୍ରି ଆରମ୍ଭ ହୋଇଛି । ଏହା ଗ୍ଳାମର ରେଡ୍, ଫ୍ରୋଜେନ୍ ବ୍ଳାକ୍ ଏବଂ ରୟାଲ ବ୍ଲୁ ଆଦି ରଙ୍ଗରେ ସମସ୍ତ ଅନ୍ ଲାଇନ୍ ତଥା ଅଫ୍ ଲାଇନ୍ ଚ୍ୟାନେଲରେ ଉପଲବ୍ଧ ହେଉଛି । ଏହାର ମୂଲ୍ୟ ୨୩,୯୯୦ଟଙ୍କା ରହିଛି ।
ଏଥିରେ ଆସପେକ୍ଟ ଅନୁପାତ ୯୦:୯୫% ସ୍କ୍ରିନ୍ ବଡି ରହିଛି । ଏଥିରେ ୩୨ ଏମ୍ପି ସେଲଫି କ୍ୟାମେରା ଏବଂ କ୍ୱାଡା ପିକ୍ସେଲ ସେନସର ସହିତ ୧୨ଏମ୍ପି ହୁଆଲ୍ ପିକ୍ସଲ ସେନସର୍ ତଥା ୮ଏମ୍ପି ଏଆଇ ସୁପର ୱାଇଡ୍ ଆଙ୍ଗେଲ୍ କ୍ୟାମେରା ରହିଛି । ଏହା ସହିତ ୫ଏମ୍ପି ଡେପଥ୍ କ୍ୟାମେରା ଆଦି ବୈଶିଷ୍ଟ୍ୟ ରହିଛି ।
ଏହି ସ୍ମାର୍ଟଫୋନ୍ ଉପରେ ବଜାଜ୍ ଫିନସର୍ଭ ଇଏମଆଇ ଗ୍ରାହକଙ୍କୁ ୧୦,୦୦୦ଟଙ୍କାର ଏକ୍ସଚେଞ୍ଜ୍ ଅଫର ତଥା ବାଏବ୍ୟାକ୍ ସୁବିଧା ସହିତ ଅତିରିକ୍ତ ଭିଭୋ ସୁବିଧା ସହିତ ଜିରୋ ଡାଉନ୍ ପେମେଣ୍ଟରେ ୭ ମାସର ଇଏମ୍ଆଇ ସୁବିଧା ଉପଲବ୍ଧ ହେଉଛି । ଏସବିଆଇ କ୍ରେଡିଟ୍/ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ୫% କ୍ୟାସବାକ୍ ସୁବିଧା ଉପଲବ୍ଧ ହେଉଛି ।

ସମ୍ବନ୍ଧିତ ଖବର