ଭିଭୋର ସବୁଠାରୁ ଅଧିକ ବିକ୍ରି ହେଉଥିବା  ସ୍ମାର୍ଟଫୋନରେ ପରିଣତ ହେଲା ଭି-୧୫ପ୍ରୋ

ନୂଆଦିଲ୍ଲୀ :  ଭିଭୋ, ଏକ ନବିକରଣୀୟ ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ, ସଦ୍ୟ ଉନ୍ମୋଚିତ “ଭି୧୫ପ୍ରୋ” ଆଜି ପ୍ରମୁଖ ବିକ୍ରୟରେ ମାଇଲଖୁଣ୍ଚ ଅତିକ୍ରମ କରିପାରିଛି । ବିକ୍ରୟର ପ୍ରଥମ ସପ୍ତାହରେ ଉଭୟ ଅଫଲାଇନ ତଥା ଅନଲାଇନ ଚାନେଲରେ ନୂଆ ଭାବରେ ଉନ୍ମୋଚିତ ଏହି ଉପକରଣ ଯାହାକି ଭି-ସିରିଜ ଅନ୍ତର୍ଗତ ସବୁଠାରୁ ଅଧିକ ବିକ୍ରୟ ହେଉଥିବା ସ୍ମାର୍ଟଫୋନର ପରିଚିତି ହାସଲ କରିଛି । ବିଶ୍ୱସ୍ତରରେ ଭାରତ ଏକ ପ୍ରଥମ ବଜାର ଅଟେ ଯେଉଁଠି ଭି୧୫ପ୍ରୋ ମାର୍ଚ୍ଚ ୫, ମଧ୍ୟରାତ୍ରରୁ ଏହାର ଉନ୍ମୋଚନ ତଥା ବିକ୍ରୟର ଶୁଭାରମ୍ଭ କରିଥିଲା ।

ଭି୧୫ପ୍ରୋର ମୂଲ୍ୟ ୨୮,୯୯୦ ଟଙ୍କା ରହିଛି ଏବଂ ଏହା ଭିଭୋ ଇ-ଷ୍ଟୋରର କ୍ଷମତାକୁ ଦେଖି ଟୋପାଜ ବ୍ଲୁ ତଥା  ରୁବି –ରେଡ଼୍ ରଙ୍ଗର ବିଭିନ୍ନ ରୂପରେ ଉପଲବ୍ଧ ହେଉଅଛି । ଏଥିପାଇଁ ଅନ୍ଲାଇନ ବିକ୍ରୟର ଭାଗିଦାରୀ ଆମାଜନ ଡ଼ଟ୍ ଇନ୍ ଏବଂ ଫ୍ଲିପକାଟ ସହିତ ରହିଛି ସେହିଭଳି ପାନ୍ ଇଣ୍ଡିଆ ଅନ୍ତର୍ଗତ ଅନେକଗୁଡ଼ିଏ ଅଫ୍ ଲାଇନ ଷ୍ଟୋରର ବ୍ୟବସ୍ଥା କରାଯିବା ସହିତ ବିଭିନ୍ନ ପ୍ରକାର ଶୃଙ୍ଖଳର ଆକର୍ଷଣୀୟ ରିହାତିର ବ୍ୟବସ୍ଥା ମଧ୍ୟ ଏଥିପାଇଁ କରାଯାଇଛି ।

ସମ୍ବନ୍ଧିତ ଖବର