‘ଭୋଡ଼ାଫୋନ୍‌’ର ନୂଆ ଧମାକା! ୧୮୧ଟଙ୍କାର ରିଚାର୍ଜରେ ୧ମାସର ମାଗଣା ଅସୀମିତ କଲିଙ୍ଗ୍‌ ଓ ଡ଼ାଟାର ସୁବିଧା!

ଦୀପାବଳି ପରେ ପରେ ଟେଲିକମ୍‌ କଂପାନି ‘ଭୋଡ଼ାଫୋନ୍‌’ ରିଲାଏନ୍ସ ଜିଓର ୧୪୯ଟଙ୍କାର ପ୍ଲାନ୍‌କୁ ଟକ୍କର ଦେବାପାଇଁ ସେ ତାହାର ୨ଟି ନୂତନ ପ୍ଲାନ୍‌ର ଲଞ୍ଚ୍‌ କରିଛି।ଏହି ଦୁଇଟି ପ୍ଲାନ୍‌ ୧୮୧ ଟଙ୍କାର ଏବଂ ୧୯୫ ଟଙ୍କାର ହୋଇଥିବାବେଳେ, ଏହା ପୂର୍ବରୁ ଟେଲିକମ୍‌ କଂପାନି ଏୟାର୍‌ଟେଲ୍‌ ଏବଂ ଆଇଡ଼ିଆ ପକ୍ଷରୁ ମଧ୍ୟ ଏହିଭଳି ପ୍ଲାନ ଲଞ୍ଚ୍‌ କରାଯାଇଥିଲା।

ସୂଚନା ମୁତାବକ, ଭୋଡ଼ାଫୋନ୍‌ର ଏହି ୧୮୧ଟଙ୍କାର ପ୍ଲାନ୍‌ଟି କେବଳ ୨ଜି ଉପଭୋକ୍ତାଙ୍କ ଲାଗି ହୋଇଥିବାବେଳେ,ଏହାର ରିଜାର୍ଜରେ ଉପଭୋକ୍ତାକୁ ସମସ୍ତ ନେଟଓ୍ଵାର୍କକୁ ଅସୀମିତ ମାଗଣା ଲୋକାଲ୍‌ ଏବଂ ଏସ୍‌ ଟି ଡ଼ି କଲିଙ୍ଗ୍‌ ସଂଗକୁ ଅସୀମିତ ୨ଜି ଡ଼ାଟା ମଧ୍ୟ ମିଳିବ,ଯାହାର ବୈଧତା ୨୮ ଦିନ ଅଟେ।ଏଥିସହିତ ଭୋଡ଼ାଫୋନ୍‌ର ୧୯୫ଟଙ୍କାର ରିଚାର୍ଜରେ ୨ଜି,୩ଜି ଏବଂ ୪ଜି ଉପଭୋକ୍ତାଙ୍କୁ ୨୮ ଦିନର ବୈଧତା ସହିତ ପ୍ରତ୍ୟେକ ଦିନ ୧ଜିବିର ମାଗଣା ଡ଼ାଟା ମିଳିବ।ଏହା ସାଥ୍‌ସାଥ୍‌ ଭୋଡ଼ାଫୋନ୍‌ର ୧୯୫ଟଙ୍କାର ରିଚାର୍ଜରେ ଉପଭୋକ୍ତା ସମସ୍ତ ନେଟ୍‌ଓ୍ଵାର୍କକୁ ଦୈନିକ୨୫୦ ମିନିଟ୍‌ ଏବଂ ସପ୍ତାହକୁ ୧,୦୦୦ମିନିଟ୍‌ ମାଗଣା କଲିଙ୍ଗ୍‌ର ସୁବିଧା ପାଇପାରିବେ।

ଆପଣଙ୍କ ସୂଚନା ପାଇଁ ଜଣାୁଉଛୁକି ,ଜିଓ ମଧ୍ୟ ତାହାର ୧୪୯ଟଙ୍କାର ପ୍ଲାନ୍‌ରେ ପରିବର୍ତ୍ତନ ଆଣିଛି।ଏହି ପ୍ଲାନ୍‌ରେ ପୂର୍ବରୁ ଯେଉଁଠି କି ଉପଭୋକ୍ତାଙ୍କ ପାଇଁ ୨ଜିବି ଡ଼ାଟା ଏବଂ ଅସୀମିତ କଲିଙ୍ଗ୍‌ର ସୁବିଧା ମିଳୁଥିଲା,ସେହିଠାରେ ଏବେ ଏହି ପ୍ଲାନ୍‌ରେ ଅସୀମିତ କଲିଙ୍ଗ୍‌ ସାଂଗକୁ ୪.୨ଜିବି ଡ଼ାଟା ମିଳୁଅଛି।ହେଲେ ଭୋଡ଼ାଫୋନ୍‌ର ପକ୍ଷରୁ ଲଞ୍ଚ୍‌ କରାଯାଇଥିବା ଏହି ଦୁଇଟି ପ୍ଲାନ୍‌ ଜିଓକୁ ସମସ୍ୟାରେ ପକାଇପାରେ ବୋଲି ଶୁଣିବାକୁ ମିଳୁଛି।

 

ସମ୍ବନ୍ଧିତ ଖବର