ଭୋଡାଫୋନ-ଆଇଡିଆର ବଡ଼ ଘୋଷଣା: ଡିସେମ୍ବର ୧ରୁ ମହଙ୍ଗା ହେବ ସବୁ ଟାରିଫ୍ ପ୍ଲାନ୍

ନୂଆଦିଲ୍ଲୀ: ଭୋଡାଫୋନ-ଆଇଫୋନ ଡିସେମ୍ବର ୧ରୁ ନିଜର ସବୁ ପ୍ଲାନରେ ପରିବର୍ତ୍ତନ ଆଣିବାକୁ ଯାଉଛି। କିଛି ଦିନ ତଳେ ଜିଓ ଆଇୟୁସି କଥା କହି ଜିଓ ନମ୍ବରରୁ ଅନ୍ୟ କମ୍ପାନିର ନମ୍ବରକୁ ଫୋନ ‌କଲେ ୬ପଇସା କଟିବ ବୋଲି ଘୋଷଣା କରିଥିଲା। ସେହିଭଳି ଭାବରେ କମ୍ପାନି ଏବେ କ୍ଷତି‌ ସହୁଥିବାରୁ ଭୋଡାଫୋନ-ଆଇଫୋନ ନିଜର ସବୁ ଟାରିଫ୍ ପ୍ଲାନକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛି। କମ୍ପାନି ଏବେ ୫୦,୯୨୧କୋଟିର କ୍ଷତି ସହିଥିବା ବେଳେ ସରକାରଙ୍କ ଆଦେଶ ମୁତାବକ, କମ୍ପାନିକୁ ଆଡଜଷ୍ଟଟେଡ୍ ଗ୍ରସ୍ ରେଭେନ୍ୟୁ ମଧ୍ୟ ଦେବା ପାଇଁ ପଡ଼ୁଛି। ଯାହାକୁ ଆଖି ଆଗରେ ରଖି କମ୍ପାନି ସବୁ ଟାରିଫ୍ ପ୍ଲାନକୁ ବଢ଼ାଇବାକୁ ବାଧ୍ୟ ହୋଇଛି।

Vodafone-Idea का बड़ा ऐलान, 1 दिसंबर से महंगे होंगे सभी प्लान
aajtak.intoday.in

ସୂଚନା ମୁତାବକ, ଅକ୍ଟେବାର ୨୪, ୨୦୧୯ରେ ଟେଲିକମ ବିଭାଗକୁ ଏକ ବଡ଼ ଦାୟିତ୍ବ ଦେଇଥିଲେ ସୁପ୍ରିମକୋର୍ଟ। ନିଜ ରାୟରେ ଟେଲିକମ କମ୍ପାନିଠାରୁ ୯୪୦୦୦କୋଟି ଟଙ୍କା ଆଡଜଷ୍ଟଟେଡ୍ ଗ୍ରସ୍ ରେଭେନ୍ୟୁ ଆକାରରେ ଆଣିବା ଟେଲିକମ ବିଭାଗକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ। ୯୪୦୦୦କୋଟି ଟଙ୍କା ଆଡଜଷ୍ଟଟେଡ୍ ଗ୍ରସ୍ ରେଭେନ୍ୟୁରେ ସୁଧ ଓ ଜରିମାନା ମିଶାଇଲେ କମ୍ପାନିକୁ ୧.୩ଲକ୍ଷ କୋଟି ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ କମ୍ପାନି କ୍ଷତିରେ ଚାଲିଥିବା ବେଳେ ଏତେ ଟଙ୍କା ଦେବାକୁ ଅସମର୍ଥ ଥିବାରୁ ନିଜ ପ୍ଲାନରେ ପରିବର୍ତ୍ତନ ଆଣିବା କଥା ଚିନ୍ତା କରିଛି। ଯାହା ଡିସେମ୍ବର ୧ରୁ ଲାଗୁ ହେବ।

ସମ୍ବନ୍ଧିତ ଖବର