ଏୟାର୍‌ଟେଲ୍‌, ଭୋଡାଫୋନ୍‌ ଓ ଆଇଡିଆ ପକ୍ଷରୁ ଗ୍ରାହକଙ୍କୁ ଆଉ ଏକ ବଡ଼ ଝଟ୍‌କା

ମୁମ୍ବାଇ: ଗତବର୍ଷ ଏୟାର୍‌ଟେଲ୍‌, ଭୋଡାଫୋନ୍‌ ଓ ଆଇଡିଆ ପରି ଟେଲିକମ୍‌ କମ୍ପାନିଗୁଡ଼ିକ ଜୀବନକାଳୀନ ମାଗଣା ଇନ୍‌କମିଂ କଲ୍‌ ସେବା ବନ୍ଦ କରିବା ସହ ସର୍ବନିମ୍ନ ମାସିକ ରିଚାର୍ଜ ଯୋଜନା ବାହାର କରି ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଦେଇଥିଲେ। ମାସକୁ ସର୍ବନିମ୍ନ ରାଶି ରିଚାର୍ଜ ନ କଲେ ସିମ୍‌କାର୍ଡ ଅଚଳ ହୋଇଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଥିଲା। ଏବେ ଗ୍ରାହକମାନଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଏହି କମ୍ପାନିଗୁଡ଼ିକ ନିଜ ନିଜର ଅନ୍ତର୍ଜାତୀୟ ରୋମିଂ ଦରକୁ ବୃଦ୍ଧି କରି ଦେଇଛନ୍ତି। ଏହି କାରଣରୁ ବିଦେଶ ଗସ୍ତ କରୁଥିବା ଗ୍ରାହକଙ୍କୁ ଏବେ ଫୋନ୍‌ ପିଛା ଅଧିକ ଖର୍ଚ କରିବାକୁ ପଡ଼ିବ। କେବଳ ରୋମିଂ ଚାର୍ଜ ନୁହେଁ ଆଉଟ୍‌ ଗୋଇଂ କଲ୍‌ ଦର ବି ଅଧିକ ପଡ଼ିବ ବୋଲି ସୂଚନା ରହିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କମ୍ପାନି ପକ୍ଷରୁ ଅନ୍ତର୍ଜାତୀୟ ରୋମିଂ ଦରକୁ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି। ଏହି କାରଣରୁ କମ୍ପାନିକୁ ରିଭ୍ୟୁ ମଧ୍ୟ କମ୍‌ ମିଳୁଥିବାର ଦେଖିବାକୁ ମିଳୁଛି। ରିଲାଏନ୍ସ ଜିଓର ବଜାର ପ୍ରବେଶ ପରେ ହିଁ ଦେଶର ଅନ୍ୟାନ୍ୟ ଟେଲିକମ୍‌ କମ୍ପାନିଗୁଡ଼ିକ କ୍ଷତିରେ ଅଛନ୍ତି।

ସମ୍ବନ୍ଧିତ ଖବର