ନୂଆଦିଲ୍ଲୀ: ଟେଲିକମ ମାର୍କେଟରେ ରିଲାଏନ୍ସ ଜିଓର ପ୍ରବେଶ ପରେ ଅନ୍ୟ ଟେଲିକମ କମ୍ପାନୀମାନେ ମଧ୍ୟ ଆକର୍ଷଣୀୟ ପ୍ଲାନ ବାବଦରେ ଘୋଷଣା କରୁଛନ୍ତି | ନିଜ ଉପଭୋକ୍ତାଙ୍କୁ ବାନ୍ଧି ରଖିବା ପାଇଁ ଦେଶର ଅଗ୍ରଣୀ ଟେଲିକମ କମ୍ପାନୀ ଭୋଡ଼ାଫୋନ ଏହାର ନୂଆ ପ୍ଲାନ ୨୨୯ ବାବଦରେ ଘୋଷଣା କରିଛି | ଏହି ପ୍ଲାନ ଆକ୍ଟିଭ କରିବା ପରେ ଜଣେ ଉପଭୋକ୍ତା ପ୍ରତିଦିନ ୨ ଜିବି ଲେଖାଏଁ ଡାଟା ପାଇବା ସହ ଏହାର ବୈଧତା ୨୮ ଦିନ ରହିବ |
/sambad/media/post_attachments/wp-content/uploads/2018/03/23-1456209963-vodafone-24-1472033938-300x225.jpg)
ଏହାଛଡା ବ୍ୟବହାରକାରୀ ଅସୀମିତ ଲୋକାଲ, ଏସଟିଡି କଲ ସହ ପ୍ରତିଦିନ ୧୦୦ଟି ଏସଏମଏସ ମଧ୍ୟ ପଠାଇପାରିବେ | ଏହି ଯୋଜନା ଅନୁସାରେ ଜଣେ ବ୍ୟକ୍ତି ଭୋଡାଫୋନ ଆପକୁ ଯାଇ ଲାଇଭ ଟିଭିର ମଧ୍ୟ ଲାଭ ଉଠାଇପାରିବ | ସେହିପରି ଭୋଡାଫୋନ ଏହାର ୧୩୯ ପ୍ଲାନରେ ପରିବର୍ତ୍ତନ କରିଛି |
ଏହି ପ୍ଳାନର ବୈଧତା ୨୮ ଦିନ ଥିବାବେଳେ ଏହି ପ୍ଲାନରେ ପୂର୍ବରୁ ୨ ଜିବି ଡାଟା ପ୍ରତିଦିନ ମିଳୁଥିଲା | କିନ୍ତୁ ଏଥିରେ ଏବେ ପରିବର୍ତ୍ତନ କରାଯାଇଛି | ଏଣିକି ଗ୍ରାହକ ଅନଲିମିଟେଡ଼ ଫୋନ କଲ ସହ ସମୁଦାୟ ୩ ଜିବି ଡାଟା ହିଁ ପାଇପାରିବେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Vodafone-ff.jpg)