ଭୋଡ଼ାଫୋନ ଘୋଷଣା କଲା ୧୧୯ ଟଙ୍କିଆ ପ୍ରି-ପେଡ୍‌ ପ୍ଲାନ, ଜାଣନ୍ତୁ ଏହାର ସୁବିଧା

ନୂଆଦିଲ୍ଲୀ : ଭୋଡାଫୋନ ପକ୍ଷରୁ ଏକ ୧୧୯ ଟଙ୍କିଆ ପ୍ରିପେଡ ପ୍ଲାନ ଘୋଷଣା କରାଯାଇଛି । ଏବେ ଏହି ପ୍ଲାନଟି କେବଳ ଭୋଡାଫୋନର ୪ଜି ସର୍ଭିସ ଥିବା ସର୍କଲର ୟୁଜରମାନଙ୍କ ପାଇଁ ଉପଲବ୍ଧ ଥିବାବେଳେ ଆଗାମୀ ଦିନରେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ । ଏହି ପ୍ଲାନ ମାଧ୍ୟମରେ ଗ୍ରାହକମାନେ ୨୮ ଦିନ ପାଇଁ ଦିନକୁ ୧ ଜିବି ଡାଟା ପାଇପାରିବେ ।

ଏହାସହିତ ଅନଲିମିଟେଡ ଭଏସ କଲିଂ ସୁବିଧା ରହିଛି । ତେବେ ଏଥିରେ ଏସଏମଏମ ସୁବିଧା ନାହିଁ । ଭୋଡାଫୋନର ସହଯୋଗୀ କମ୍ପାନି ଆଇଡିଆ ମଧ୍ୟ ଏକ ୧୧୯ ଟଙ୍କିଆ ପ୍ରିପେଡ ପ୍ଲାନ ନିଜର ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କେରଳ ସର୍କଲରେ ଚାଲୁ ରଖିଛି । ଏଥିରେ ମଧ୍ୟ ଗ୍ରାହକମାନେ ୨୮ ଦିନ ପାଇଁ ଦିନକୁ ୧ ଜିବି ଡାଟା ପାଇପାରିବେ । ଏହାସହିତ ଅନଲିମିଟେଡ ଭଏସ କଲିଂ ସୁବିଧା ରହିଛି । ଅନ୍ୟପକ୍ଷରେ ଭୋଡାଫୋନର ଏକ ୧୬୯ ଟଙ୍କିଆ ପ୍ଲାନ ରହିଛି, ଯାହାକି ଗ୍ରାହକମାନେ ୨୮ ଦିନ ପାଇଁ ଦିନକୁ ୧ ଜିବି ଡାଟା ପ୍ରଦାନ କରୁଛି । ଏହାସହିତ ଅନଲିମିଟେଡ ଭଏସ କଲିଂ ସୁବିଧା ଓ ଦିନକୁ ୧୦୦ ଏସଏମଏସ ପ୍ରଦାନ କରୁଛି ।

ସମ୍ବନ୍ଧିତ ଖବର