ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅନଲାଇନ୍ ସପିଂ ସଂସ୍ଥା ଆମାଜନ୍ ପକ୍ଷରୁ ଭୋଡାଫୋନ୍ ସହିତ ସହବନ୍ଧନ କରାଯାଇଛି । ଏଣିକି ଭୋଡ଼ାଫୋନ୍ ଗ୍ରାହକ ଏକବର୍ଷ ପର୍ଯ୍ୟନ୍ତ ଆମାଜନ ପ୍ରାଇମ୍ ସଦସ୍ୟତା ଅତୁଳନୀୟ ଶପିଂ ଏବଂ ମନୋରଂଜନ ସୁବିଧା ସହିତ ଉପଲବ୍ଧ କରିପାରିବେ ।
ଆମାଜନ ପ୍ରାଇମ୍ ଅସୀମିତ ମାଗଣା ଶପିଂ, ଫାଷ୍ଟ ଶିପିଂ ଆଦି ଉପଲବ୍ଧ କରାଇଥାଏ। ଏହା ମାଧ୍ୟମରେ ନିୟୁତାଧିକ ସାମଗ୍ରୀ ବୃହତ୍ ଅନ୍ ଲାଇନ୍ ଷ୍ଟୋର ସହାୟତାରେ ଗ୍ରାହକଙ୍କୁ ଯୋଗାଇ ଦେଇଥାଏ। ଏହା ମ୍ୟୁଜିକ୍ ସହିତ ଅସୀମିତ ଷ୍ଟ୍ରିମିଂ ସୁବିଧା, ଲାଟେଷ୍ଟ ଏବଂ ଏକ୍ସକ୍ଲୁସିଭ୍ ମୁଭି, ଟିଭି ଶୋ’, କମେଡ଼ି ଶୋ’ ତଥା ଭିଡ଼ିଓ ଆଦି ଉପଲବ୍ଧ କରାଇଥାଏ।
ଭୋଡ଼ାଫୋନ୍ ଫ୍ଲେ ଆପ୍ ସହାୟତାରେ ବିନା ଅତିରିକ୍ତ ଖର୍ଚ୍ଚରେ ଶ୍ରେଷ୍ଠ ପ୍ରାଇମ୍ର ଆନନ୍ଦ ଗ୍ରାହକ ନେଇ ପାରିବେ। ସମସ୍ତ ଭୋଡ଼ାଫୋନ୍ ରେଡ୍ ଫୋଷ୍ଟପେଡ୍ ଗ୍ରାହକ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ୯୯୯ଟଙ୍କାର ଆମାଜନ ପ୍ରାଇମ୍ ଏକ ବର୍ଷ ଲାଗି ହାସଲ କରିପାରିବେ।
ଫଳରେ ଏଣିକି ଭୋଡ଼ାଫୋନ୍ ଗ୍ରାହକ ପ୍ରିମିୟମ୍ ମୁଭି ଓ ଟିଭି ଶୋ’ ସମେତ ବ୍ଲକ୍ ବଷ୍ଟର ହଲିଉଡ଼୍. ବଲିଉଡ୍ ଓ ରିଜିଓନାଲ ମୁଭି, କମେଡ଼ି ଶୋ’, କିଡସ୍ କାର୍ଯ୍ୟକ୍ରମ ଆଦିର ଅସୀମିତ ଷ୍ଟ୍ରିମିଂ ହାସଲ କରିପାରିବେ। ବ୍ରେଥ୍, ଇନସାଇଡ୍ ଏଡଜ୍, ଦି ଗ୍ରାଣ୍ଡ ଟୁର୍, ଆମେରିକାନ୍ ଗଡ଼ ଆଦିର ଆନନ୍ଦ ଏହା ଦ୍ୱାରା ଗ୍ରାହକ ନେଇପାରିବେ। ଅସଂଖ୍ୟ ଗୀତର ଆନନ୍ଦ ଗ୍ରାହକ ଇଂଲିଶ୍, ହିନ୍ଦୀ, ତାମିଲ୍, ପଂଜାବୀ, ତେଲୁଗୁ, ବଙ୍ଗାଳୀ ଭାଷାରେ ନେଇ ପାରିବେ ।
ବାର୍ଷିକ ଆମାଜନ ପ୍ରାଇମ୍ ସଦସ୍ୟତା ଙୋଡ଼ାଫୋନ୍ ପ୍ଲେ ଆପ୍ ସହାୟତାରେ ଆକ୍ଟିଭେଟ୍ କରାଯାଇ ପାରିବ। ଭୋଡ଼ାଫୋନ୍ ଗ୍ରାହକ ୩ଟି ଷ୍ଟେପ୍ରେ ଏହାକୁ ଆକ୍ଟିଭେଟ୍ କରାଇପାରିବେ। ପ୍ରଥମେ ଭୋଡ଼ାଫୋନ୍ ରେଡ୍ ପୋଷ୍ଟପେଡ୍ ପ୍ଲାନ୍ ଅପଗ୍ରେଡ୍ କରିବାକୁ ପଡ଼ିବ। ଏହାପରେ ଭୋଡ଼ାଫୋନ୍ ପ୍ଲେ ଆପ୍ ଆଇଓଏସ୍ ଆପ୍ ଷ୍ଟୋର କିମ୍ବା ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନ୍ଲୋଡ୍ କରାଯାଇ ପାରିବ। ମୋବାଇଲ୍ ନମ୍ବର ଦେବା ପରେ ଓଟିପି ଜେନେରେଟ୍ ହେବ। ଏହାଦ୍ୱାରା ଗ୍ରାହକ ବିଶେଷ ଉପକୃତ ହୋଇପାରିବେ।