ଭୋଡାଫୋନ୍‌ର ନୂତନ ପ୍ଲାନ୍‌: ୬୯ଟଙ୍କାରେ ପାଇ ପାରିବେ ଅସୀମିତ କଲ ସହିତ ୫୦୦ଏମ୍‌ବି ଡାଟା

ନୂଆଦିଲ୍ଲୀ: ଭୋଡାଫୋନ୍‌ ଇଣ୍ଡିଆ ଗ୍ରାହକଙ୍କ ପାଇଁ ‘ସୁପରଉଇକ୍‌’ ପ୍ଲାନ୍‌ ଲଞ୍ଚ କରିଛି। ନୂତନ ସୁପର ଉଇକ୍‌ ପ୍ଲାନ୍‌ରେ ଭୋଡାଫୋନ୍‌ ୬୯ଟଙ୍କାରେ ଅସୀମିତ କଲ ସହିତ ଡାଟା ଅଫର ବି ଦେଇଛି।

ନୂତନ ଭୋଡାଫୋନ୍‌ ସୁପରଉଇକ୍‌ ପ୍ଲାନ୍‌ ଜରିଆରେ, ଗ୍ରାହକଙ୍କୁ ୬୯ଟଙ୍କାରେ କୌଣସି ବି ନେଟଓ୍ଵାର୍କ ଉପରେ ଅନ୍‌ଲିମିଟେଡ ଲୋକାଲ ଓ ଏସ୍‌ଟିଡି କଲ ସୁବିଧା ମିଳିବ। ଏତଦ୍‌ବ୍ୟତୀତ ୫୦୦ଏମ୍‌ବି ଡାଟା ବ୍ୟବହାର କରିବାର ଫାଇଦା ବି ଉଠାଇ ପାରିବେ ଭୋଡାଫୋନ୍‌ ଗ୍ରାହକ। ଏହି ପ୍ଲାନ୍‌ର ବୈଧତା ୭ଦିନ ପର୍ଯ୍ୟନ୍ତ ରହିଛି।

କମ୍ପାନିର କହିବାନୁସାରେ, ଗ୍ରାହକଙ୍କୁ ପ୍ରତି ସପ୍ତାହରେ ଅସୀମିତ ସୁପରଉଇକ୍‌ ପ୍ଲାନ୍‌ କିଣିବାର ବିକଳ୍ପ ରହିବ। ସୁପର ଉଇକ୍‌ ପ୍ଲାନ୍‌ ସମସ୍ତ ରିଟେଲ ଆଉଟଲେଟ, ୟୁଏସଏସଡି, େଓ୍ଵବସାଇଟ ଓ ମାଇ ଭୋଡାଫୋନ୍‌ ଆପ୍‌ ଜରିଆରେ ରିଚାର୍ଜ କରି ପାରିବେ।

ଉଲ୍ଲେଖଯୋଗ୍ୟ, ନିକଟରେ ରିଲାଏନ୍ସ ଜିଓ ନିଜର ପ୍ରିପେଡ ଓ ପୋଷ୍ଟପେଡ ପ୍ଲାନ୍‌କୁ ବଦଳାଇ ଦେଇଛି। ଜିଓର ୫୨ଟଙ୍କାର ପ୍ଲାନ୍‌ର ବୈଧତା ସାତଦିନ ପର୍ଯ୍ୟନ୍ତ ରହିଛି। ଏହି ପ୍ଲାନ୍‌ ଜରିଆରେ ଗ୍ରାହକଙ୍କୁ ପ୍ରତିଦିନ ୧୫୦ ଏମବି ୪ଜି ଡାଟା ଓ ଓ ୧.୦୫ଜିବି ମିଳୁଛି। ଏତଦ୍‌ବ୍ୟତୀତ ଏହି ପ୍ୟାକ୍‌ରେ ଅନ୍‌ଲିମିଟେଡ ଲୋକାଲ ଓ ଏସ୍‌ଟିଡି କଲ ଓ ରୋମିଂ ସୁବିଧା ବି ରହିଛି।

ରିଲାଏନ୍ସ ଜିଓର ଜିଓଫୋନ୍‌କୁ ଟକ୍କର ଦେବାପାଇଁ ଭୋଡାଫୋନ୍‌ କେବଳ ଯେ ନିଜ ପ୍ଲାନ୍‌କୁ ପରିବର୍ତ୍ତନ କରୁଛି ତାହା ନୁହେଁ ବରଂ ସ୍ମାର୍ଟଫୋନ୍‌ ସହିତ ବଜାର ପ୍ରବେଶ କରିବା ପାଇଁ ଅଣ୍ଟା ଭିଡିଛି। ଏନେଇ ନିକଟରେ ଭୋଡାଫୋନ୍‌ ମାଇକ୍ରୋମ୍ୟାକ୍ସ ସହିତ ହାତ ମିଳାଇଛି। ଭୋଡାଫୋନ୍‌ ନିଜର ଏହି ସ୍ମାର୍ଟଫୋନ୍‌ ମୂଲ୍ୟକୁ ୯୯୯ଟଙ୍କା ରକିଛି। ଏହା ନଭେମ୍ବର ମାସରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର