ଭୋଡାଫୋନ ଛାଡିଲା ଟ. ୫୪୯ ଓ ଟ.୭୯୯ ପ୍ରିପେଡ ଭାଉଚର, ଜାଣନ୍ତୁ ଏଗୁଡ଼ିକର ସୁବିଧା

ନୂଆଦିଲ୍ଲୀ : ନିଜର ପ୍ରତିଦ୍ୱନ୍ଦୀ ରିଲାଏନ୍ସ ଜିଓ ଓ ଏୟାରଟେଲକୁ ଟକ୍କର ଦେବା ପାଇଁ ଭୋଡ଼ାଫୋନ ପକ୍ଷରୁ ୨ଟି ପ୍ରିପେଡ ପ୍ଲାନ ଆରମ୍ଭ କରାଯାଇଛି । ସେଗୁଡ଼ିକ ହେଉଛି ୫୪୯ ଟଙ୍କିଆ ଭାଉଚର ଓ ୭୯୯ ଟଙ୍କିଆ ଭାଉଚର । ୫୪୯ ଟଙ୍କିଆ ଭାଉଚର ପକାଇଲେ ଦିନକୁ ୩.୫ ଜିବି ୩ଜି/୪ଜି ଡାଟା ଓ ୭୯୯ ଟଙ୍କିଆ ଭାଉଚର ପକାଇଲେ ଦିନକୁ ୪.୫ ଜିବି ୩ଜି/୪ଜି ଡାଟା ମିଳିବ । ଏହା ସହିତ ଅନଲିମିଟେଡ କଲିଂ ଓ ଦିନକୁ ୧୦୦ଟି ଏସଏମଏସ ସୁବିଧା ମଧ୍ୟ ମିଳିବ । ଉଭୟ ଭାଉଚରର ଭାଲିଡିଟି ୨୮ ଦିନ ଲେଖାଏଁ ରହିଛି । ଭୋଡାଫୋନର ୫୪୯ ଟଙ୍କିଆ ପ୍ଲାନ ଜିଓର ୫୦୯ ଟଙ୍କିଆ କମ୍ବୋ ପ୍ୟାକ ଓ ଏୟାରଟେଲର ୫୪୯ ଟଙ୍କିଆ ପ୍ଲାନକୁ ସହ ପ୍ରତିଯୋଗିତା କରିବ । ଜିଓର ୫୦୯ ଟଙ୍କିଆ ପ୍ଲାନରେ ଦିନକୁ ୪ ଜିବି ୪-ଜି ଡାଟା ପ୍ରଦାନ କରୁଛି । ସେହିପରି ଏୟାରଟେଲର ୫୪୯ ପ୍ଲାନ ଦିନକୁ ୩.୫ ଜିବି ଡାଟା ପ୍ରଦାନ କରୁଛି । ଅନ୍ୟପକ୍ଷରେ ଜିଓର ୭୯୯ ଟଙ୍କିଆ ପ୍ଲାନର ଜବାବରେ ଭୋଡାଫୋନ ୭୯୯ ଟଙ୍କିଆ ପ୍ଲାନ ଛାଡିଛି । ଜିଓର ୭୯୯ ପ୍ଲାନରେ ୨୮ ଦିନ ପାଇଁ ୧୪୦ ଜିବି ଡାଟା ( ଦିନକୁ ୫ ଜିବି ) ଦେଉଥିବାବେଳେ ଭୋଡାଫୋନ ମୋଟ ୧୨୬ ଜିବି ଡାଟା ( ଦିନକୁ ୪.୫ ଜିବି ) ପ୍ରଦାନ କରୁଛି ।

ସମ୍ବନ୍ଧିତ ଖବର