ଭୋଲଟାଜ୍‌ ଖୋଲିଲା ୨ଟି ଗ୍ରାହକ ସେବା କେନ୍ଦ୍ର

ଭୁବନେଶ୍ୱର: ଭୋଲ୍‌ଟାଜ୍‌ ପକ୍ଷରୁ ରାଜଧାନୀରେ ଦୁଇଟି ଉନ୍ନତ ଧରଣର ଗ୍ରାହକ ସେବା କେନ୍ଦ୍ର ଖୋଲିଛି। ଗୋଟିଏ ସହିଦନଗରସ୍ଥିତ ପ୍ଲଟ୍‌ ନଂ- ୩୨୧ରେ ‘ଏୟାରେଓ୍ଵ’ ନାମରେ ଖୋଲିଛି। ଏହାକୁ କମ୍ପାନିର ଆର୍‌.ଏମ୍‌, ଦେବାଶିଷ ମଣ୍ଡଳ ଉଦ୍‌ଘାଟନ କରିଥିବାବେଳେ ଏଥିରେ ବିଏସ୍‌ଏମ୍‌ ସୁରେନ୍ଦ୍ର କୁମାର ସାହୁ, ଏଏସ୍‌ଏମ୍‌ ଭରତ ଭୂଷଣ ମିଶ୍ର, ଜାକି ଶର୍ମା ଓ ‘ଏୟାରେଓ୍ଵ’ର ପ୍ରୋପାଇଟର ସତ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ୟୁନିଟ-୪ସ୍ଥିତ ମଧୁସୂଦନ ନଗରରେ ମୁନ୍‌ଲାଇଟ୍‌ ରେଫ୍ରିଜରେସନ୍‌ ଆଣ୍ଡ ଏସି ସର୍ଭିସ ସେଣ୍ଟରରେ ଭୋଲ୍‌ଟାଜ୍‌ର ମଡେଲ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଭୋଲ୍‌ଟାଜ୍‌ର ଆର୍‌ସିଏମ୍‌ ଦେବାଶିଷ ମଣ୍ଡଳ ଓ ବିଏସ୍‌ଏମ୍‌ ସୁରେନ୍ଦ୍ର କୁମାର ସାହୁ ଓ ମୁନ୍‌ଲାଇଟ୍‌ର ସ୍ୱତ୍ୱାଧିକାରୀ ମେରାଜ୍‌ ଖାନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାହକମାନଙ୍କୁ ଉତ୍କୃଷ୍ଟ ଧରଣର ସେବା ଯୋଗାଇବା ଏହି ସର୍ଭିସ ସେଣ୍ଟର ଦ୍ୱୟର ଲକ୍ଷ୍ୟ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର