ଭାରତରେ ଭଲଭୋ କାର୍ ବିକ୍ରିରେ ରେକର୍ଡ ୩୦% ବୃଦ୍ଧି

ଚେନ୍ନାଇ : ଭାରତର ଅଗ୍ରଣୀ ବିଳାସପୂର୍ଣ୍ଣ କାର୍ ବ୍ରାଣ୍ଡ, ଭଲଭୋ କାର ଇଣ୍ଡିଆ ୨୦୧୮ରେ ଏହାର ବିକ୍ରିରେ ୩୦% ବୃଦ୍ଧି ଘୋଷଣା କରିଛି। ୨,୯୩୮ଟି ରିଟେଲ୍ ସହିତ ଏହି ବର୍ଷ ଭଲଭୋ କାର୍ ଏହି ବୃଦ୍ଧି ହାସଲ କରିଛି। ଯଦିଓ ବିଳାସପୂର୍ଣ୍ଣ ଗାଡ଼ିଗୁଡ଼ିକର ବଜାର ସାମାନ୍ୟ ଗରମ ରହିଛି, ତଥାପି ଭଲଭୋ ଏହାର ନୂତନ କାର ଗୁଡ଼ିକର ଶୁଭାରମ୍ଭ ଓ ଡିଲରସିପ୍ ଗୁଡ଼ିକର ସଂପ୍ରସାରଣକୁ ସୁଦୃଢ଼ କରିପାରିଛି। ଗତ ବର୍ଷ ଭଲଭୋ ପାଇଁ ଏକ ସମ୍ମାନନୀୟ ମୂହୂର୍ତ୍ତ ଥିଲା ଯେ, ଏହାର ଏକ୍ସସି୪୦ ମଡେଲ ଆଇସିଓଡିୱାଇ ଦ୍ୱାରା ‘ପ୍ରିମିୟମ୍ କାର୍ ଆୱାର୍ଡ’ ଓ ଅଟୋକାର୍ ଆୱାର୍ଡରେ ‘କମ୍ପ୍ୟାକ୍ଟ ଲକ୍ଜୁରି ଏସ୍ୟୁଭି ଅଫ୍ ଦି ଇୟର୍’ ସମ୍ମାନ ପାଇଥିଲା।

cartrade.com

ଭଲଭୋ କାର୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଚାର୍ଲସ୍ ଫ୍ରମ୍ପ ପ୍ରକାଶ କରିଛନ୍ତି ଯେ, “୨୦୧୮ ଭଲଭୋ କାର୍ ଇଣ୍ଡିଆ ପାଇଁ ଏକ ମହତ୍ୱପୂର୍ଣ୍ଣ ବର୍ଷ ରହିଛି, କାରଣ ଏହି ବର୍ଷ ଭଲଭୋ କାର୍ଗୁଡ଼ିକର ଆକର୍ଷଣୀୟ ବିକ୍ରି ସହିତ ଶେଷ ହୋଇଛି। ୨୦୧୮କୁ ଏକ ସଫଳ ବର୍ଷ କରାଇଥିବାରୁ ମୁଁ ଆମର ସମସ୍ତ ଗ୍ରାହକ, ଡିଲର୍ ପାର୍ଟନର ଓ ମୋର ସମ୍ପୂର୍ଣ୍ଣ ଟିମକୁ ଧନ୍ୟବାଦ ଅର୍ପଣ କରୁଛି। ମୁଁ ଦୃଢ଼ ଯେ ୨୦୧୯ ମଧ୍ୟ ଆମ କମ୍ପାନୀ ଓ ଡିଲରମାନଙ୍କ ପାଇଁ ଲାଭଦାୟକ ରହିବ।”

 

ସମ୍ବନ୍ଧିତ ଖବର