ଆସନ୍ତାବର୍ଷ ମାର୍କେଟକୁ ଆସିବ ୱାଗନର ର ଇଲେକ୍ଟ୍ରିକ ଭର୍ସନ !

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ କାରକୁ ପ୍ରୋତ୍ସାହନ ଦେବା ପାଇଁ ଏବେ ସରକାର ଯୋଜନା କରୁଛନ୍ତି | ସେଥିପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି | ଏସବୁ ଦେଖି କାର ନିର୍ମାତା କମ୍ପାନୀମାନେ ବି ଏ ନେଇ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଲେଣି | ହ୍ୟୁଣ୍ଡାଇ ପକ୍ଷରୁ ଏସୟୁଭି କୋନା ଲଞ୍ଚ କରାଯିବାର ଘୋଷଣା ପରେ ଏବେ ଦେଶର ସବୁଠାରୁ ବଡ କାର ନିର୍ମାତା ମାରୁତି ସୁଜୁକି ମଧ୍ୟ ଏ ନେଇ ଯୋଜନା କରିଛି |

ଚର୍ଚ୍ଚା ହେଉଛି ମାରୁତି ପକ୍ଷରୁ ଏହାର ଲୋକପ୍ରିୟ କାର ୱାଗନର ର ଇଲେକ୍ଟ୍ରିକ ଭର୍ସନକୁ ମାର୍କେଟକୁ ଅଣାଯିବାକୁ ଯୋଜନା କରାଯାଉଛି | କୁହାଯାଉଛି ଆସନ୍ତା ୨୦୨୦ ଅଟୋ ସୋରେ ୱାଗନରର ଏହି ନୂଆ ଭର୍ସନକୁ ପ୍ରଦର୍ଶିତ କରାଯିବ | ଏହାପରେ ମାର୍କେଟକୁ ୱାଗନରକୁ ଲଞ୍ଚ କରାଯିବ |

ତେବେ କିଛି ମିଡିଆରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଥରେ ଚାର୍ଜ କଲେ ଏହି କାର ୧୫୦ କିଲୋମିଟର ଯାଇପାରିବ | ତେବେ ହ୍ୟୁଣ୍ଡାଇ ଓ ମାରୁତି କେବଳ ଇଲେକ୍ଟ୍ରିକ କାର ଦୋୖଡରେ ସାମିଲ ହୋଇନାହାନ୍ତି ବରଂ ଟାଟା, ମହିନ୍ଦ୍ରା ଭଳି କମ୍ପାନୀମାନେ ମଧ୍ୟ ନିଜ ନିଜର କାର ଲଞ୍ଚ କରିବାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି |

ସମ୍ବନ୍ଧିତ ଖବର