ନୂଆ ଏୟାରଟେଲ୍‌ ଟିଭି ଆପ୍‌ରେ ମାଗଣାରେ ଦେଖିହେବ ଆଇପିଏଲ

ନୂଆଦିଲ୍ଲୀ: ନୂଆ ଏୟାରଟେଲ୍‌ ଟିଭି ଆପ୍‌ ମାଧ୍ୟମରେ ଗ୍ରାହକମାନେ ମାଗଣାରେ ଚଳିତ ବର୍ଷର ଭିଭୋ ଆଇପିଏଲ୍‌ ୨୦୧୮ ମ୍ୟାଚ୍‌ଗୁଡ଼ିକର ସିଧାପ୍ରସାରଣ ଦେଖିପାରିବେ । ଏଥିସହିତ ଏହିସବୁ ମ୍ୟାଚ୍‌ର ହାଇଲାଇଟ୍‌ଗୁଡ଼ିକୁ ହଟ୍‌ଷ୍ଟାର୍‌ ମାଧ୍ୟମରେ ମଧ୍ୟ ଦେଖିବାର ସୂଯୋଗ ପାଇପାରିବେ । ଏଥିପାଇଁ ଏୟାରଟେଲ୍‌ ଗ୍ରାହକମାନଙ୍କୁ ଏୟାରଟେଲ୍‌ ଟିଭି ଆପର ନୂତନ ସଂସ୍କରଣକୁ ଇନଷ୍ଟଲ କରିବାକୁ ଥିବାବେଳେ ନୂତନ ବ୍ୟବହାରକାରୀଙ୍କୁ ଉକ୍ତ ଆପକୁ ଡ଼ାଉନଲୋଡ଼ କରିବାକୁହେବ । ଅଣ ଏୟାରଟେଲ ବ୍ୟବହାରକାରୀଙ୍କୁ ଏୟାରଟେଲ୍‌ ୪ଜି ସିମ୍‌ କିଣି, ଏହାକୁ ନିଜ ମୋବାଇଲ୍‌ର ସିମ୍‌ ସ୍ଲଟ୍‌ ୧ରେ ଭର୍ତ୍ତି କରି ଷ୍ଟେପ୍‌ ୧କୁ ଅନୁସରଣ କରିବାକୁ ହେବ। ଏୟାରଟେଲ୍‌ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ଗ୍ରାହକମାନଙ୍କ ପାଇଁ ଜୁନ୍‌ ୨୦୧୮ ପର୍ଯ୍ୟନ୍ତ ଏୟାରଟେଲ୍‌ ଟିଭି ଆପ୍‌ର ସମସ୍ତ କଣ୍ଟେଣ୍ଟ୍‌ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ। ଲାଇଭ୍‌ ଆଇପିଏଲ୍‌ ମ୍ୟାଚ୍‌ ସହିତ ଏୟାରଟେଲ୍‌ ଟିଭି ଆପ୍‌ ଲାଇଭ୍‌ ସିନେମା, ଶୋ, ଧାରାବାହିକ ଓ ଆହୁରି ଅନେକ କିଛି ଗ୍ରାହକମାନଙ୍କ ମନୋରଂଜନ ପାଇଁ ଯୋଗାଇଦେଉଛି ।

ସମ୍ବନ୍ଧିତ ଖବର