‘ଓ୍ଵିଫି’ର ବ୍ୟବସାୟ ସଂପ୍ରସାରଣ ଯୋଜନା

ଭୁବନେଶ୍ୱର: ଅଗ୍ରଣୀ ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନି ଓ୍ଵିଫି ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ରାଜ୍ୟର ପ୍ରମୁଖ ସହର ଭୁବନେଶ୍ୱର, କଟକ, ଖୋର୍ଧା, ବ୍ରହ୍ମପୁରରେ ବ୍ୟବସାୟିକ ସଫଳତା ହାସଲ କଲାପରେ ଏବେ ତାର ସେବାକୁ ସାରା ଓଡ଼ିଶାରେ ପହଞ୍ଚାଇବାକୁ ଯୋଜନା କରିଛି। ଏହା ବିଜିନେସ ଅପରେଟର କିମ୍ବା ଫ୍ରାଞ୍ଚାଇଜ୍‌ ମଡେଲ ଜରିଆରେ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖଛି ବୋଲି କମ୍ପାନିର ମୁଖ୍ୟ ପ୍ରଶାନ୍ତ ଅଗ୍ରଓ୍ଵାଲ କହିଛନ୍ତି। ଓ୍ଵିଫି ବର୍ତ୍ତମାନ ଚାରୋଟି ଜିଲ୍ଲାରେ ଓୟାରଲେସ୍‌ ବ୍ରଡ୍‌ବ୍ୟାଣ୍ଡ ଏବଂ ଫାଇବର ଅପ୍‌ଟିକ୍‌ ଜରିଆରେ ଇଣ୍ଟରନେଟ୍‌ ସେବା ପ୍ରଦାନ କରୁଛି। ଅନେକ ପ୍ରମୁଖ ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟରେ ଓ୍ଵିଫିର ଇଣ୍ଟରନେଟ୍‌ ବ୍ୟବହାର କରାଯାଉଛି। ଏହାର ସେବା ପାଇବା ପାଇଁ ୯୦୯୦୯୦୮୮୮୮ କିମ୍ବା ୧୮୦୦୨୭୦୧୨୫୫ (ଦେୟମୁକ୍ତ) ନମ୍ବରରେ ର ଯୋଗାଯୋଗ କରାଯାଇପାରିବ।

ସମ୍ବନ୍ଧିତ ଖବର