ହ୍ଵାଟ୍‌ସଆପ୍‌ର ଗ୍ରୁପ୍‌ ଭିଡିଓ କଲିଂ ସେବା

ନୂଆଦିଲ୍ଲୀ: ହ୍ଵାଟ୍‌ସଆପ୍‌ ପକ୍ଷରୁ ଗ୍ରୁପ୍‌ ଭଏସ୍‌ ଓ ଭିଡିଓ କଲିଂ ସେବା ଆରମ୍ଭ କରାଯାଇଛି। ଆଇଓଏସ୍‌ ଓ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଏହି ସେବା ଉପଲବ୍ଧ କରାଯାଇଛି। ଗ୍ରୁପ୍‌ କଲିଂ ସୁବିଧାରେ ୪ ଜଣ ପର୍ଯ୍ୟନ୍ତ ବ୍ୟବହାରକାରୀ ଏକସଙ୍ଗରେ କଥା ହୋଇପାରିବେ। ଭିଡିଓ କଲିଂ ସୁବିଧା ମଧ୍ୟ ସେମାନେ ପାଇପାରିବେ। ଗତକିଛି ବର୍ଷ ହେଲା ହ୍ଵାଟ୍‌ସଆପ୍‌ ପକ୍ଷରୁ ୟୁଜରମାନଙ୍କୁ ଭଏସ୍‌ ଓ ଭିଡିଓ କଲିଂ ସୁବିଧା ପ୍ରଦାନ କରାଯାଇ ଆସୁଛି। ହ୍ଵାଟ୍‌ସଆପ୍‌ର ବ୍ୟବହାରକାରୀମାନେ ଦିନକୁ ୨ ବିଲିଅନ ମିନିଟ୍‌ରୁ ଅଧିକ ସମୟ କଥା ହେବାରେ ବିତାଉଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଆଜିଠାରୁ ଗ୍ରୁପ୍‌ ଭଏସ୍‌ ଓ ଭିଡିଓ କଲ୍‌ ସେବା ଆରମ୍ଭ କରୁଛି ବୋଲି କମ୍ପାନି ଏହାର ବ୍ଲଗ୍‌ ପୋଷ୍ଟ୍‍ରେ ଉଲ୍ଲେଖ କରିଛି। ଓ୍ଵାନ୍‌-ଟୁ-ଓ୍ଵାନ ଭଏସ୍‌ ବା ଭିଡିଓ କଲ୍‌ ଆରମ୍ଭ କରିଲେ ସ୍କି୍ରନ୍‌ର ଡାହାଣ ପଟ ଉପରିଭାଗରେ ‘ଆଡ୍‌ ପାର୍ଟିସିପାଣ୍ଟ୍‌’ ନାମରେ ଏକ ବଟନ୍‌ ଆସିବ। ଫଳରେ ଅଧିକ ବ୍ୟକ୍ତିଙ୍କୁ ଏହି କଥାବାର୍ତ୍ତାରେ ସାମିଲ କରାଯାଇପାରିବ।

ସମ୍ବନ୍ଧିତ ଖବର