ହ୍ଵାଟ୍‌ସଆପ୍‌ରେ ଗ୍ରୁପ୍‌ ଭିଡିଓ କଲ୍‌ ସୁବିଧା

ନୂଆଦିଲ୍ଲୀ: ହ୍ଵାଟସ୍‌ଆପ୍‌ ପକ୍ଷରୁ ଗ୍ରୁପ୍‌ ଭିଡିଓକଲ୍‌ ସୁବିଧା ଚଳିତବର୍ଷ ଆରମ୍ଭ ହେବାକୁ ଯାଉଛି। କମ୍ପାନି ପକ୍ଷରୁ ଅଳ୍ପ କେତେକ ୟୁଜରଙ୍କ ଆଇଓଏସ୍‌ ଏବଂ ଆଣ୍ଡ୍ରଏଡ୍‌ ଫୋନ୍‌ରେ ଏହି ନୂଆ ଫିଚରର ପରୀକ୍ଷଣ କରିଥିବା ଜଣାଯାଇଛି। ଏହି ନୂଆ ସୁବିଧାରେ ଜଣେ ବ୍ୟକ୍ତି ତାଙ୍କ ଗ୍ରୁପ୍‌ ଭିଡିଓ କଲ୍‌ରେ ୪ଟି ଗ୍ରୁପ୍‌କୁ ଯୋଡ଼ିପାରିବେ। ଅଧିକାଂଶ ସମୟରେ ହ୍ଵାଟସ୍‌ଆପ୍‌ର ନୂଆ ଫିଚର ସମ୍ପର୍କରେ ଆଗୁଆ ସୂଚନା ଦେଉଥିବା ଓ୍ଵାବିଟାଇନ୍‌ଫୋ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆପଣଙ୍କ ଫୋନ୍‌ର ହ୍ଵାଟସଆପ୍‌ରେ ଏହି ସୁବିଧା ଅଛି କି ନାହିଁ ତାହା ଜାଣିବା ଲାଗି କେତୋଟି ବିଷୟ ଉଲ୍ଲେଖ କରାଯାଇଛି। ପ୍ରଥମଟି ହେଲା ହ୍ଵାଟସ୍‌ଆପ୍‌କୁ ଖୋଲିବେ। ଏହାପରେ ଦ୍ୱିତୀୟ ପଦକ୍ଷେପରେ ଯାହାଙ୍କୁ କଲ୍‌ କରିବାକୁ ଚାହୁଛନ୍ତି ତାହାଙ୍କୁ ଚୟନ କରନ୍ତୁ। ତୃତୀୟ ପଦକ୍ଷେପରେ ନର୍ମାଲ କଲ୍‌ କରନ୍ତୁ। ଚତୁର୍ଥ ପଦକ୍ଷେପରେ ‘ଆଡ୍‌ ପାର୍ଟିସିପାଣ୍ଟ’ ନାମରେ ନୂଆ ବଟନ୍‌ ଆସୁଛି କି ନାହିଁ ତାହା ଯାଞ୍ଚ କରନ୍ତୁ। ପଞ୍ଚମ ପଦକ୍ଷେପରେ ଯଦି ଏହି ଆଡ୍‌ ପାଟର୍ସିପାଣ୍ଟ ରହିଛି ତାହେଲେ ଆପଣ ଗ୍ରୁପ୍‌ ଭିଡିଓକଲ୍‌ ସୁବିଧା ପାଇପାରିବେ।

ସମ୍ବନ୍ଧିତ ଖବର