ଏହି ପରି ଭାବେ ହ୍ଵାଟ୍‌ସଆପ୍‌ରେ ପକାଇ ପାରିବେ ସ୍କ୍ରିନ୍‌ ଲକ୍‌

ନୂଆଦିଲ୍ଲୀ: ଇନ୍‌ଷ୍ଟାଣ୍ଟ୍‌ ମେସେଜିଂ ଆପ୍‌ ହ୍ଵାଟ୍‌ସଆପ୍‌ ନିଜର ସିକ୍ୟୁରିଟି ଫିଚର୍‌କୁ ଆହୁରି ଦୃଢ଼ କରିଛି। ଗତବର୍ଷରୁ ଏ ବର୍ଷ ଭିତରେ ଅନେକ ହ୍ଵାଟ୍‌ସଆପ୍‌ ଫିଚର୍‌ରେ ପରିବର୍ତ୍ତନ ଆସିଛି। କମ୍ପାନି ପକ୍ଷରୁ ଅନେକ ଦିନ ହେବ ସ୍କି୍ରନ୍‌ ଲକ୍‌ ଫିଚର୍‌ ଲଞ୍ଚ୍‌ କରିବାର ଯୋଜନା ରହିଛି। ଫେସ୍‌ ଆଇଡି କିମ୍ବା ଟଚ୍‌ ଆଇଡି ଜରିଆରେ ଏହି ଲକ୍‌ ସହଜରେ କରାଯାଇ ପାରିବ। ଏହି ଫିଚର ଏବେ କେବଳ ଆଇଓଏସ୍‌ ପାଇଁ ଲାଗୁ କରାଯିବ। ଆନ୍‌ଡ୍ରଏଡ୍‌ ବ୍ୟବହାରକାରୀ ଏବେ ଏହି ଫିଚର୍‌ର ଲାଭ ଉଠାଇ ପାରିବେ ନାହିଁ। କମ୍ପାନି ପକ୍ଷରୁ ସୂଚନା ରହିଛି କି ଖୁବ୍‌ ଶୀଘ୍ର ଏହି ଫିଚର୍‌କୁ ଆନ୍‌ଡ୍ରଏଡ୍‌ ବ୍ୟବହାରକାରୀ ବି ବ୍ୟବହାର କରିପାରିବେ।

ଜାଣନ୍ତୁ ଏହି ଫିଚର୍‌କୁ ନିଜ ଫୋନ୍‌ରେ କିପରି ଆକ୍ଟିଭେଟ୍‌ କରିବେ:
: ସର୍ବପ୍ରଥମେ ଆପଣ ହ୍ଵାଟ୍‌ସଆପ୍‌ ଖୋଲନ୍ତୁ।
: ଏହାପରେ ଆପଣଙ୍କୁ ସେଟିଂ ଅପ୍‌ସନ୍‌କୁ ଯିବାକୁ ହେବ।
: ସେଠାରେ ଆପଣଙ୍କୁ କେତେଗୁଡ଼ିଏ ବିକଳ୍ପ ଦୃଶ୍ୟମାନେ ହେବ। ସେଠାରେ ଦିଶୁଥିବା ଆକାଉଣ୍ଟ୍‌ ଉପରେ କ୍ଲିକ୍‌ କରିବେ।
: ଆକାଉଣ୍ଟ୍‌ ଉପରେ କ୍ଲିକ୍‌ କରିବା ପରେ ପ୍ରାଇଭେସି ଚୟନ କରନ୍ତୁ।
: ଏହାପରେ ଆପଣଙ୍କୁ ପୁଣି କେତେକ ବିକଳ୍ପ ଦୃଶ୍ୟମାନ ହେବ। ସେଠାରେ ଥିବା ସିକ୍ୟୁରିଟି ଉପରେ କ୍ଲିକ୍‌ କରିବାକୁ ହେବ।
: ତା’ପରେ ସ୍କ୍ରିନ୍‌ ଲକ୍‌କୁ ଚୟନ କରନ୍ତୁ।
: ଶେଷରେ ଆପଣଙ୍କୁ ଫେସ୍‌ ଆଇଡି/ଟଚ୍‌ ଆଇଡି ଅନ୍‌ କରିବାର ବିକଳ୍ପ ଦୃଶ୍ୟମାନ ହେବ। ସେଥିରୁ ଆପଣ ଗୋଟିଏକୁ ଚୟନ କରନ୍ତୁ।
: ଏହାପରେ ଓକେ କରିଲେ ଫିଚର୍‌ ଆକ୍ଟିଭେଟ ହୋଇଯିବ।

ସମ୍ବନ୍ଧିତ ଖବର