ଫେବୃୟାରୀ ୧ରୁ ଏହି ଫୋନରେ କାମ କରିବନି ହ୍ଵାଟ୍ସଆପ

ନୂଆଦିଲ୍ଲୀ: କିଛି ମାସ ପୂର୍ବରୁ ହ୍ଵାଟ୍ସଆପ ଘୋଷଣା କରିଥିଲା ଯେ ଏହି ଆପ ବର୍ଷ ଶେଷ ଆଡକୁ ଉଇଣ୍ଡୋ ଫୋନରେ କାମ କରିବ ନାହିଁ | ଏବେ ହ୍ଵାଟ୍ସଆପ ପୁଣି ଏମିତି ଏକ ଘୋଷଣା କରିଛି ଯାହାକି କିଛି ମୋବାଇଲ ବ୍ୟବହାରକାରୀଙ୍କୁ ଝଟକା ଦେବ | ହ୍ଵାଟ୍ସଆପର ଅପଡେଟଡ଼ ଭର୍ସନ ଏଫଏକ୍ୟୁ ମୁତାବିକ ମେସେଜିଙ୍ଗ ଆପ ୨୦୨୦ ମସିହା ଫେବୃୟାରୀ ୧ରୁ କିଛି ଆଣ୍ଡ୍ରଏଡ଼ ଓ ଆଇଫୋନ ରେ କାମ କରିବ ନାହିଁ |

ହ୍ଵାଟ୍ସଆପ ପକ୍ଷରୁ କୁହାଯାଇଛି ଯେ ଆଣ୍ଡ୍ରଏଡ଼ ୨.୩.୭ ଅପରେଟିଙ୍ଗ ସିଷ୍ଟମରେ ଚାଲୁଥିବା ସବୁ ଆଣ୍ଡ୍ରଏଡ଼ ଫୋନ ଓ ଆଇଓଏସ ୭ ରେ ଚାଲୁଥିବା ସବୁ ଆଇଫୋନରେ ହ୍ଵାଟ୍ସଆପ କାମ କରିବ ନାହିଁ | ଏହି ପୁରୁଣା ଅପରେଟିଙ୍ଗ ସିଷ୍ଟମ ବ୍ୟବହାର କରୁଥିବା ବ୍ୟବହାରକାରୀମାନେ ନା ନୂଆ ଆକାଉଣ୍ଟ ଖୋଲିପାରିବେ ନା ପୁରୁଣା ଆକାଉଣ୍ଟକୁ ରି-ଭେରିପାଏ କରିପାରିବେ |

ଏଥିପାଇଁ ହ୍ଵାଟ୍ସଆପ ପକ୍ଷରୁ କୁହାଯାଇଛି ଯେ ଏହି ପୁରୁଣା ଭର୍ସନ ବ୍ୟବହାର କରୁଥିବା ୟୁଜର୍ସ ଉନ୍ନତମାନର ଓ ବିକଶିତ ଆଣ୍ଡ୍ରଏଡ଼ ବ୍ୟବହାର ହୋଇଥିବା ମୋବାଇଲ କିଣିବା ଉଚିତ | ଯେଉଁମାନେ ବର୍ତ୍ତମାନ ଏହି ପୁରୁଣା ଆଣ୍ଡ୍ରଏଡ଼ ସିଷ୍ଟମ ଥିବା ମୋବାଇଲ ବ୍ୟବହାର କରୁଛନ୍ତି ସେମାନେ ଆଣ୍ଡ୍ରଏଡ଼ ୪.୦.୩ ବା ଏହା ଠାରୁ ଉନ୍ନତ ସିଷ୍ଟମଥିବା ମୋବାଇଲ କିଣିବା ଉଚିତ |

ସମ୍ବନ୍ଧିତ ଖବର