ଏପ୍ରିଲ ୩୦ ପରଠାରୁ ଏହି ଫୋନରେ କାମ କରିବ ନାହିଁ ଫେସ୍‌ବୁକ୍‌, ହ୍ଵାଟ୍‌ସଆପ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌

ନୂଆଦିଲ୍ଲୀ : ଉଇଣ୍ଡୋଜ୍‌ ଫୋନର ଲୋକପ୍ରିୟତା ଦିନକୁ ଦିନ କମି ଚାଲିଥିବା ବେଳେ ଏହାକୁ ଆଖି ଆଗରେ ରଖି ଫେସ୍‌ବୁକ୍‌ ଏବେ ବଡ଼ ନିଷ୍ପତ୍ତି ନେଇଛି । ମିଳିଥିବା ସୂଚନା ମୁତାବକ, ଫେସ୍‌ବୁକ୍‌ ଏହି ମାସ ଶେଷ ସୁଧା ନିଜର ୩ଟି ଲୋକପ୍ରିୟ ଆପ୍‌ ଫେସ୍‌ବୁକ୍‌, ହ୍ଵାଟ୍‌ସଆପ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌ ଉଇଣ୍ଡୋଜ୍‌ ଫୋନଠାରୁ ଅଲଗା କରି ନେବ । ଯାହାଦ୍ୱାରା ଉଇଣ୍ଡୋଜ୍‌ ଫୋନ ବ୍ୟବହାର କରୁଥିବା ବ୍ୟବହାରକାରୀମାନେ ଏହି ୩ଟି ଆପ୍‌ର ଲାଭ ଉଠାଇ ପାରିବେ ନାହିଁ ।

BT.com

ଖବରଟି ସତ ବୋଲି ସ୍ପଷ୍ଟିକରଣ ଦେଇଛନ୍ତି ମାଇକ୍ରୋସପ୍ଟର ପ୍ରବକ୍ତା । ଯଦି ଉଇଣ୍ଡୋଜ୍‌ ଫୋନକୁ ନେଇ ଫେସ୍‌ବୁକ୍‌ ଦେଉଥିବା ସମର୍ଥନ ବନ୍ଦ କରିଦିଏ,ତେବେ ବ୍ୟବହାରକାରୀଙ୍କୁ ଥାର୍ଡ ପାର୍ଟି ଆପ୍‌ ଏବଂ ମୋବାଇଲ େଓ୍ଵବ୍‌ ଭର୍ଜନ ଉପରେ ନିର୍ଭର କରିବାକୁ ହେବ । ପ୍ରଥମେ ଏ ନେଇ ଏନ୍‌ଗ୍ୟାଜେଟ୍‌ ସୂଚନା ଦେଇଥିବା ବେଳେ ପରେ ଏହି ଖବରକୁ ନେଇ ମାଇକ୍ରୋସପ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଏହା ସହ ଡିସେମ୍ବରରେ ଉଇଣ୍ଡୋଜ୍‌ ୧୦ ୧୭୦୯ ଭର୍ଜନ ଥିବା ସ୍ମାର୍ଟଫୋନ କାମ କରିବା ବନ୍ଦ କରିଦେବା ସହ ଜୁନ୍‌ରେ ଉଇଣ୍ଡୋଜ୍‌ ୧୦ ୧୭୦୩ ଭର୍ଜନ ଥିବା ସ୍ମାର୍ଟଫୋନ କାମ କରିବା ବନ୍ଦ କରିଦେବ ବୋଲି ଜଣା ପଡ଼ିଛି । କେତେ ଲୋକ ଉଇଣ୍ଡୋଜ୍‌ ଫୋନ ବ୍ୟବହାର କରୁଛନ୍ତି ତାହା ଜଣା ପଡ଼ି ନଥିଲେ ମଧ୍ୟ ସଂଖ୍ୟା ସେତେ ଅଧିକ ନଥିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର