ହ୍ଵାଟସ୍‌ଆପ୍‌ର ନୂଆ ଫିଚର : ଗ୍ରୁପ୍‌ ଆଡମିନ୍‌ଙ୍କୁ ମିଳିଲା ସୁପର ପାଓ୍ଵାର !

ନୂଆଦିଲ୍ଲୀ : ଗ୍ରାହକଙ୍କ ଚାହିଦା ହିସାବରେ ହ୍ଵାଟସ୍‌ଆପକୁ ଅପଡେଟ କରାଯାଇଥାଏ। ଏହାକୁ ଦେଖି ବର୍ତ୍ତମାନ ଏକ ନୂତନ ଫିଚର ଅପଡେଟ କରିଛି ହ୍ଵାଟସ୍‌ଆପ। ଏହି ଅପଡ଼େସନ ଦ୍ୱାରା ଗ୍ରୁପ ଆଡମିନ୍‌ମାନଙ୍କୁ ସୁପର ପାଓ୍ଵାର ମିଳିବ । ଏହି ସୁପର ଫିଚରର ନାମ ରହିଛି ରେଷ୍ଟ୍ରିକ୍ଟେଡ ଗ୍ରୁପ୍‌ । ଏହା ଦ୍ୱାରା ଗ୍ରୁପ୍‌ର ଆଡମିନ୍‌ଙ୍କର ଗ୍ରୁପ୍‌ର ଅନ୍ୟ ସଦସ୍ୟମାନଙ୍କ ଉପରେ ନିୟନ୍ତ୍ରଣ ରହିବ । ଅର୍ଥାତ ଏହା ଦ୍ୱାରା ଗ୍ରୁପ୍‌ର ଆଡମିନ ଗ୍ରୁପ୍‌ର ଅନ୍ୟ ସଦସ୍ୟଙ୍କ ମେସେଜ, ଫଟୋ ଓ ଭିଡ଼ିଓ ଉପରେ ନିୟନ୍ତ୍ରଣ ରଖିପାରିବେ । ଆସନ୍ତୁ ଜାଣିବା ପ୍ରକୃତରେ କ’ଣ ରହିଛି ଏହି ଫିଚରର ସ୍ୱାତନ୍ତ୍ର୍ୟ।

shamsherkhan

ହ୍ଵାଟସ୍‌ଆପର ଏହି ଫିଚରର ଲାଭ ଉଠାଇବା ପାଇଁ ପ୍ରଥମତଃ ଆପଣଙ୍କୁ ଏହାର ନୂତନ ଭର୍ସନ ଡାଉନଲୋଡ୍‌ କରିବା ପାଇଁ ପଡ଼ିବ । ଏହି ଅପଡେଟେଡ ଫିଚରଟି ହ୍ଵାଟସ୍‌ଆପର ୨.୧୮.୧୩୨ ଆଣ୍ଡ୍ରୋଏଡ ଭର୍ସନରେ ଉପଲବ୍ଧ ରହିଛି। ଏହି ଫିଚର ଦ୍ୱାରା ଆପଣ ଗ୍ରୁପ୍‌ର ଅନ୍ୟ ସଦସ୍ୟଙ୍କ ମେସେଜ, ଫଟୋ , ଭିଡ଼ିଓ ଉପରେ ନିୟନ୍ତ୍ରଣ ରଖିବା ସହ ନିର୍ଦ୍ଦିଷ୍ଟ ଯେକୌଣସି ବ୍ୟକ୍ତିଙ୍କୁ ଗ୍ରୁପ୍‌ରେ ବ୍ଲକ୍‌ କରିପାରିବେ ।
ଏହାକୁ ଆକ୍ଟିଭେଟ୍‌ କରିବା ପାଇଁ ପ୍ରଥମତଃ ଗ୍ରୁପ୍‌ ଇନ୍‌ଫୋ ଯିବାକୁ ପଡ଼ିବ । ଏହା ପରେ ଏଡ଼ିଟ ଗ୍ରୁପ ଇଫୋରେ ଯାଇ ଗ୍ରୁପ୍‌ ଡ଼େସ୍‌କ୍ରିପସନ୍‌ରେ ଏହାର ସେଟିଂ କରିପାରିବେ । ଏହି ଫିଚରଟି ବର୍ତ୍ତମାନ ଆଣ୍ଡ୍ରୋଏଡ , ଆଇଓଏସ୍‌ ଏବଂ ଓ୍ଵିଣ୍ଡୋଜ୍‌ ଫୋନ ଗୁଡ଼ିକରେ ଉପଲବ୍ଧ ରହିଛି। ତେବେ ଆଉ ଡ଼େରି କାହିଁକି ହ୍ଵାଟସଆପ୍‌ ଅପଡେଟ କରନ୍ତୁ ଏବଂ ନିଜ ଗ୍ରୁପ୍‌କୁ ନିଜ ହିସାବରେ ଚଳାନ୍ତୁ ।

ସମ୍ବନ୍ଧିତ ଖବର