ଲଞ୍ଚ ହେଲା ହ୍ଵାଟସ୍‌ ଆପର ‘ଲାଇଭ ଲୋକେସନ୍‌’ ଫିଚର: ଜାଣନ୍ତୁ କିପରି କରିବେ ବ୍ୟବହାର

ନୂଆଦିଲ୍ଲୀ: ଫେସବୁକ ମାଲିକାନାରେ ଥିବା ସୋସିଆଲ ମେସେଜିଙ୍ଗ ଆପ୍‌ ହ୍ଵାଟସ୍‌ଆପ୍‌ ବୁଧବାର ଏକ ନୂଆ ଫିଚର ଉପସ୍ଥାପନ କରିଛି। ଏହି ଫିଚର ହେଉଛି ‘ଲୋକେସନ ସେୟାରିଂ’। ଏହା ଦ୍ୱାରା ମହିଳା ଓ ଶିଶୁମାନଙ୍କୁ ସେମାନେ ଘର ବାହାରେ ଥିବା ବେଳେ କିମ୍ବା କୌଣସି ଦୂରସ୍ଥାନକୁ ଯାତ୍ରା କରୁଥିଲେ ସହାୟକ ହେବ। ହ୍ଵାଟସ୍‌ ଆପ୍‌ର ଏହି ନୂଆ ଫିଚର ‘ଲାଇଭ ଲୋକେସନ୍‌’ ଉଭୟ ଆଣ୍ଡ୍ରଏଡ ଏବଂ ଆଇଫୋନ୍‌ରେ ଉପଲବ୍ଧ ହୋଇଛି।

ଏହି ଫିଚର ରହିଛି ବହୁ ଉପକାରିତା। ଜଣେ ମହିଳା କିମ୍ବା ଶିଶୁ ବାହାରକୁ ଯାତ୍ରା କରୁଥିବା ସମୟରେ କିମ୍ବା ଘରଠାରୁ ବାହାରେ ଥିବା ବେଳେ ଏହି ଫିଚର ଅନ କଲେ ସେମାନେ କେଉଁ ସ୍ଥାନରେ ଅଛନ୍ତି ତାହା ସୂଚନା ଅନ୍ୟ ହ୍ଵାଟସ୍‌ଆପ୍‌ ବ୍ୟବହାରକାରୀଙ୍କୁ ସୂଚାଇବ। ସେମାନେ ଚାଟ କିମ୍ବା କଲ କରିବା ସମୟରେ କେଉଁଠି ଅଛନ୍ତି ତାହା ଗୁଗୁଲ ଲୋକେସନ୍‌ ମ୍ୟାପ୍‌ ଜରିଆରେ ସେ ଯାହାଙ୍କ ସହିତ ସଂଯୁକ୍ତ ଅଛନ୍ତି କିମ୍ବା ଯେଉଁ ଗ୍ରୁପ୍‌ରେ ଅଛନ୍ତି ତାହାର ସଦସ୍ୟମାନଙ୍କୁ ଦେଖାଯିବ। ଯଦି ସେମାନେ କୌଣସି ଅସୁବିଧାରେ ପଡ଼ନ୍ତି ତେବେ ଶେଷଥର ଲାଗି କେଉଁଠି ଥିଲେ ତାହା ସେମାନଙ୍କ ହ୍ଵାଟସ୍‌ଆପ୍‌ ବନ୍ଧୁମାନେ ଜାଣିପାରିବେ।

‘ହ୍ଵାଟସ୍‌ଆପ୍‌’ର ଏହି ନୂଆ ଫିଚର ମହିଳାମାନଙ୍କ ସେମାନଙ୍କ ରିୟଲ ଟାଇମ୍‌ ଲୋକେସନ୍‌ ଜଣାଇବା ଲାଗି ସହାୟକ ହେବ। କୌଣସି ଅସୁବିଧାରେ ପଡ଼ି କଲ କରି ନପାରୁ ନଥିଲେ ସେମାନେ ଏହା ମାଧ୍ୟମରେ ନିଜର ନିକଟ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କୁ ନିଜର ଅବସ୍ଥିତ ସମ୍ପର୍କରେ ଜଣାଇ ପାରିବେ ବୋଲି କହନ୍ତି ସୋହିନୀ ଭଟ୍ଟାଚାର୍ଯ୍ୟ ଯିଏକି ବ୍ରେକ୍‌ଥ୍ରୁ ନାମକ ସ୍ୱଚ୍ଛାସେବୀ ସଙ୍ଗଠନର ସିଇଓ।

ସେହିପରି ସେଣ୍ଟର ଫର ସୋସିଆଲ ରିସର୍ଚ୍ଚର ରଞ୍ଜନା କୁମାରୀଙ୍କ ମତରେ ବିପଦରେ ପଡ଼ିଲେ କିମ୍ବା ଅଡୁଆ ପରିସ୍ଥିତିରେ ପଡ଼ିଲେ ଜଣେ ମହିଳା ହ୍ଵାଟସ୍‌ଆପ୍‌ର ଏହି ଫିଚର ଦ୍ୱାରା ପୁଲିସ କିମ୍ବା ପରିବାରକୁ ନିଜର ଅବସ୍ଥିତି ନେଇ ସୂଚିତ କରିପାରିବେ।

କିପରି ବ୍ୟବହାର କରିବେ ‘ଲାଇଭ ଲୋକେସନ୍‌’

  • ୧.ପ୍ରଥମେ ହ୍ଵାଟସ୍‌ଆପ୍‌ ଖୋଲି ଜଣଙ୍କ ସହ କିମ୍ବା କୌଣସି ଗ୍ରୁପ୍‌ ସହ ଚାଟ ଅପ୍‌ସନ୍‌ ଅନ୍‌ କରନ୍ତୁ।
    ୨. ଏହାପରେ ‘ଆଟାଚ୍‌’ ଅପସନ୍‌ ଉପରେ ଟ୍ୟପ୍‌ କରନ୍ତୁ। ସେଠାରେ ଦୃଶ୍ୟମାନ ହେବ ‘ଲୋକେସନ୍‌’ ଅପ୍‌ସନ୍‌।
    ୩. ‘ଲୋକେସନ୍‌’କୁ ଟ୍ୟାପ୍‌ କରିବା ପରେ ‘ସେୟାର ଲାଇଭ ଲୋକେସନ୍‌’ ଅପସନ୍‌ ଦେଖାଯିବ। ଏହାକୁ ଆପଣଙ୍କୁ ଟ୍ୟାପ୍‌ କରିବାକୁ ହେବ।
    ୪. ଏହା ଫଳରେ ଆପଣ ଗୁଗଲ ମ୍ୟାପ ଜରିଆରେ ନିଜର ରିୟଲ ଟାଇମ ଲୋକେସନ୍‌ ଅନ୍ୟମାନଙ୍କୁ ସୂଚିତ କରାଇ ପାରିବେ।
    ୫. ହ୍ଵାଟସ୍‌ଆପର ସୂଚନା ଅନୁସାରେ ଆପଣ ଯାହାଙ୍କ ସହ ଲୋକେସନ ସେୟାର କରୁଛନ୍ତି ତାଙ୍କ ଲୋକେସନ ମଧ୍ୟ ଆପଣ ଦେଖି ପାରିବେ।
ସମ୍ବନ୍ଧିତ ଖବର