ନୂଆ ଫିଚର ଆଣିଲା ହ୍ଵାଟ୍‌ସଆପ୍‌, ଏବେ ଏକାଧିକ ଥର ପଠାଯାଇଥିବା ମେସେଜ ବିଷୟରେ ସହଜରେ ଜାଣିହେବ

ନୂଆଦିଲ୍ଲୀ : ଭାରତରେ ଥିବା ନିଜ ବ୍ୟବହାରକାରୀଙ୍କ ପାଇଁ ‘ଫ୍ରିକ୍ୟୁଏଣ୍ଟଲି ଫର୍‌ଓ୍ଵାଡେଡ୍‌ ଫିଚର’ର ସୁବିଧା ଉପଲବ୍ଧ କରିଛି ହ୍ବାଟସଆପ୍ । ଏହି ସୁବିଧା ଉପଲବ୍ଧ ହେବା ଦ୍ୱାରା ବ୍ୟବହାରକାରୀ ଏକାଧିକ ଥର ପଠା ଯାଇଥିବା ମେସେଜ ବିଷୟରେ ଜାଣି ପାରିବେ । ଏକାଧିକ ଥର ପଠା ଯାଇଥିବା ମେସେଜ ଉପରେ ଦୁଇଟି ତୀର ଚିହ୍ନ ରହିବ । ବ୍ୟବହାରକାରୀ ଯଦି ଏକାଧିକ ଥର ପଠା ଯାଇଥିବା ମେସେଜକୁ ଅନ୍ୟ କାହାକୁ ପଠାଉଛନ୍ତି, ତେବେ ତାଙ୍କ ପାଖକୁ ଏକ ନୋଟିଫିକେସନ ମଧ୍ୟ ଆସିବ ।

BBC

ତେବେ କିଛି ଦିନ ହେଲାଣି ‘ଫ୍ରିକ୍ୟୁଏଣ୍ଟଲି ଫର୍‌ଓ୍ଵାଡେଡ୍‌ ଫିଚର’କୁ ନେଇ ପରୀକ୍ଷା ଜାରି ରହିଥିଲା । ସୁବିଧାଟି ଉପଲବ୍ଧ କରାଯିବା ପରେ ଏବେ ମେସେଜକୁ ୫ଜଣରୁ ଅଧିକ ଲୋକଙ୍କୁ ପଠାଇଲେ ଦୁଇଟି ତୀର ଚିହ୍ନ ମେସେଜ ଉପରେ ଆସିଯିବ । କମ୍ପାନୀ ତରଫରୁ ବୟାନ ଜାରି କରାଯାଇ କୁହାଯାଇଛି କି, “ଆମେ ‘ଫରଓ୍ଵାଡ୍‌ ମେସେଜ’କୁ ନେଇ ଏକ ଅପ୍‌ଡେଟ୍‌ କରିଛୁ । ଯାହା ବ୍ୟବହାରକାରୀଙ୍କୁ ଏକାଧିକ ଥର ପଠାଯାଇଥିବା ମେସେଜ୍‌ ବିଷୟରେ ଜଣାଇବ । ମେସେଜ ଉପରେ ଦୁଇଟି ତୀର ଚିହ୍ନ ରହିବା ସହ ଏକାଧିକ ଥର ପଠା ଯାଇଥିବା ମେସେଜକୁ ଅନ୍ୟ କାହାକୁ ପଠାଇଲେ ବ୍ୟବହାରକାରୀଙ୍କ ପାଖକୁ ଏକ ନୋଟିଫିକେସନ ଆସିବ” ।

ସମ୍ବନ୍ଧିତ ଖବର