ଆଗକୁ ୫ ସେକେଣ୍ଡ ମଧ୍ୟରେ ଡିଲିଟ୍‌ ହୋଇଯିବ ହ୍ଵାଟ୍‌ସଆପ୍‌ରେ ପଠାଯାଇଥିବା ମେସେଜ୍‌ !

ନୂଆଦିଲ୍ଲୀ : ବିଭିନ୍ନ ସମୟରେ ନିଜ ବ୍ୟବହାରକାରୀଙ୍କୁ ନୂଆ ଅନୁଭବ ଦେବାର ପ୍ରୟାସ କରିଥାଏ ହ୍ଵାଟ୍‌ସଆପ୍‌ । କିଛି ଦିନ ମଧ୍ୟରେ ହ୍ଵାଟ୍‌ସଆପ୍‌ ଅନେକ ନୂଆ ଫିଚର ଆଣି ସାରିଥିବା ବେଳେ ଏବେ ଆଉ ଏକ ନୂଆ ଫିଚର ଉପରେ କାମ କରୁଥିବା ଜଣାପଡ଼ିଛିି । ଏହି ଫିଚର ଆସିବା ଦ୍ୱାରା ମେସେଜ୍‌ ପଠାଇବା ପରେ ଏକ ନିଶ୍ଚିତ ସମୟ ମଧ୍ୟରେ ପଠାଯାଇଥିବା ମେସେଜ୍‌ଟି ଆପେ ଆପେ ଡିଲିଟ୍‌ ହୋଇଯିବ । ଏହି ଫିଚରଟି ଏବେ ଆଲ୍‌ଫା ଷ୍ଟେଜ୍‌ରେ ଥିବା ବେଳେ କମ୍ପାନୀ ଏବେ ଏହା ଉପରେ କାମ କରିବା ଆରମ୍ଭ କରିଛି । ଏହି ଫିଚର ଆସିବା ପରେ ବ୍ୟବହାରକାରୀ ନିଜର ଗ୍ରୁପ୍‌ ଇନ୍‌ଫୋକୁ ଯାଇ ଡିସ୍‌ଆପିୟରିଂ ବିକଳ୍ପକୁ ବାଛି ପାରିବେ ।

डिलीट होने के बाद कोई ट्रैक नहीं बचेगा
oneindia.com

ଡିସ୍‌ଆପିୟରିଂ ବିକଳ୍ପରେ ଦୁଇଟି ସମୟର ବିକଳ୍ପ ଦିଆଯାଇଥିବ । ଗୋଟେ ୫ସେକେଣ୍ଡର ହୋଇଥିବା ବେଳେ ଅନ୍ୟଟି ୬୦ମିନିଟ୍‌ ରହିବ । ଯଦି ଆପଣ ୫ସେକେଣ୍ଡର ବିକଳ୍ପ ବାଛିବେ, ତେବେ ମେସେଜ୍‌ ପଠାଇବାର ୫ସେକେଣ୍ଡ ମଧ୍ୟରେ ଏହା ଆପେ ଆପେ ଡିଲିଟ୍‌ ହୋଇଯିବ । ଏବେ ମେସେଜ୍‌ ଡିଲିଟ୍‌ କରିବା ପାଇଁ ‘ଡିଲିଟ୍‌ ଫର୍‌ ଏଭ୍ରିଓ୍ଵାନ୍‌’ ବା ‘ଡିଲିଟ୍‌ ଫର୍‌ ମି’ର ବିକଳ୍ପ ଆସୁଛି । ‘ଡିଲିଟ୍‌ ଫର୍‌ ଏଭ୍ରିଓ୍ଵାନ୍‌’ ମାରିବା ପରେ ସ୍କ୍ରିନ୍‌ ଉପରେ ‘ଦିସ୍‌ ମେସେଜ୍‌ ହାଜ୍‌ ବିନ୍‌ ଡିଲିଟେଡ୍‌’ ଲେଖା ଆସି ଯାଉଛି । ଯାହାଦ୍ୱାରା ଆପଣ ଯାହାକୁ ମେସେଜ୍‌ ପଠାଇଥିଲେ, ସେ ଆପଣ କିଛି ମେସେଜ୍‌ ଡିଲିଟ୍‌ କରିଥିବା ନେଇ ଜାଣି ପାରୁଛନ୍ତି । କିନ୍ତୁ ଡିସ୍‌ଆପିୟରିଂ ବିକଳ୍ପ ଆସିବା ପରେ ସେଭଳି ସମସ୍ୟା ହେବ ନାହିଁ । ଏହି ନୂଆ ଫିଚର ଦ୍ୱାରା ମେସେଜ୍‌ ଡିଲିଟ୍‌ ହେଲେ ମଧ୍ୟ ଅନ୍ୟ ଜଣେ ଜାଣି ପାରିବ ନାହିଁ ।

ସମ୍ବନ୍ଧିତ ଖବର