ଷ୍ଟେଟ ବ୍ୟାଙ୍କରେ ଫିକ୍ସଡ୍‌ ଡିପୋଜିଟ କରିଛନ୍ତି କି ? ଜାଣନ୍ତୁ କେଉଁମାନେ ଲାଭରେ ରହିବେ

ମୁମ୍ବାଇ : ଋଣନୀତି ସମୀକ୍ଷା ପାଇଁ ଆଜି ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟିର ବୈଠକ ଆରମ୍ଭ ହୋଇଥିବାବେଳେ ଦେଶର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଜମା ସୁଧହାର ସମୀକ୍ଷା କରାଯାଇଛି । ବ୍ୟାଙ୍କ ପକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସ୍ଥାୟୀ ଜମା (ଫିକ୍ସଡ ଡିପୋଜିଟ) ଉପରେ ସୁଧହାରକୁ ୦.୦୫ ପ୍ରତିଶତରୁ ୦.୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ନୂଆ ସୁଧହାର ଆଜିଠାରୁ ଲାଗୁହେବ । ଅନ୍ୟପକ୍ଷରେ ୧ କୋଟିରୁ ୧୦ କୋଟି ଓ ୧୦ କୋଟିରୁ ଅଧିକ ପରିମାଣର ସ୍ଥାୟୀ ଜମା ପାଇଁ ସୁଧହାର ହ୍ରାସ କରାଯାଇଛି । ତେବେ ଜମାକାରୀଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମୋକ୍ତ ବର୍ଗ (୧ କୋଟି ବା କମ ପରିମାଣର ଜମା)ର ହେଇଥିବାରୁ ଏହି ଜମାସୁଧହାର ବୃଦ୍ଧି ଦ୍ୱାରା ସାଧାରଣ ଜମାକାରୀ ଉପକୃତ ହେବେ । ଆହୁରି ମଧ୍ୟ ବରିଷ୍ଠ ନାଗରିକମାନେ ସବୁଠାରୁ ଅଧିକ ଉପକୃତ ହେବେ ।

ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ (୧ କୋଟି ଟଙ୍କା ପର୍ଯ୍ୟନ୍ତ ଜମା ପାଇଁ ) ୧ ରୁ ୨ ବର୍ଷ ପର୍ଯ୍ୟନ୍ତ ଜମା ଉପରେ ସୁଧହାରକୁ ୬.୬୫ ପ୍ରତିଶତରୁ ୬.୭୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସେହିପରି ୨ରୁ ୩ ବର୍ଷର ଜମା ପାଇଁ ସୁଧହାରକୁ ୬.୬୫ ପ୍ରତିଶତରୁ ୬.୭୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ବରିଷ୍ଠ ନାଗରିକଙ୍କ ପାଇଁ ୧ରୁ ୨ ବର୍ଷ ପର୍ଯ୍ୟନ୍ତ ମିଆଦ ପାଇଁ ସୁଧହାର ୭.୧୫ ପ୍ରତିଶତକୁ ୭.୨୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସେହିପରି ୨ରୁ ୩ ବର୍ଷ ମିଆଦ ବିଶିଷ୍ଟ ସ୍ଥାୟୀ ଜମା ପାଇଁ ସୁଧହାରକୁ ୭.୧୫ ପ୍ରତିଶତରୁ ୭.୨୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

ସମ୍ବନ୍ଧିତ ଖବର