ଏହି କାରଣ ପାଇଁ ଆପଣଙ୍କ ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡ଼ ବଦଳାଉଛି ବ୍ୟାଙ୍କ,ଜାଣି ରଖନ୍ତୁ ନୂଆ କାର୍ଡର ଫାଇଦା ବିଷୟରେ

ନୂଆଦିଲ୍ଲୀ : କିଛିଦିନ ତଳେ ଆପଣଙ୍କୁ ଆପଣଙ୍କ ଜମାଖାତା ଥିବା ବ୍ୟାଙ୍କ ତରଫରୁ ଡ଼େବିଟ୍‌ ଏବଂ କ୍ରେଡ଼ିଟ୍‌ କାର୍ଡ଼ ବଦଳାଇବା ପାଇଁ ରିମାଇଣ୍ଡର ଆସିଥିବ ନିଶ୍ଚୟ । ତେବେ ହଠାତ୍‌ ବ୍ୟାଙ୍କ ତରଫରୁ ଏଭଳି ରିମାଇଣ୍ଡର ମିଳିବା ପରେ ଖାତାଧାରୀମାନେ ଦ୍ୱନ୍ଦ୍ୱରେ ପଡ଼ିଥିବେ ନିଶ୍ଚୟ । କ’ଣ ପାଇଁ କାର୍ଡ଼କୁ ପରିବର୍ତ୍ତନ କରାଯାଉଛି ସେ ପ୍ରଶ୍ନ ମନରେ ଆସିଥିବା ନିଶ୍ଚୟ ।

ସୂଚନା ମୁତାବକ, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ତରଫରୁ ଏହି ଆଦେଶ ଦିଆଯାଇଥିବାରୁ ବ୍ୟାଙ୍କଗୁଡ଼ିକ ତରଫରୁ ଏଭଳି ରିମାଇଣ୍ଡର ଆସୁଥିବା ଜଣାପଡ଼ିଛି । ସବୁ ମ୍ୟାଗ୍ନେଟିକ୍‌ ଷ୍ଟ୍ରିପ୍‌ କ୍ରେଡ଼ିଟ୍‌ ଏବଂ ଡ଼େବିଟ୍‌ କାର୍ଡ଼କୁ ୩୧ଡ଼ିସେମ୍ବର ୨୦୧୮ ପୂର୍ବରୁ ଇଏମ୍‌ଭି(Europay, Mastercard, Visa)ଚିପ୍‌ କାର୍ଡ଼ କରିବା ପାଇଁ ଆଦେଶ ଦେଇଛି ଆର୍‌ବିଆଇ । କ୍ରେଡ଼ିଟ୍‌ ଏବଂ ଡ଼େବିଟ୍‌ କାର୍ଡ଼କୁ ମ୍ୟାଗ୍ନେଟିକ୍‌ ଷ୍ଟ୍ରିପ୍‌ କାର୍ଡ଼ରୁ ଇଏମ୍‌ଭି ଚିପ୍‌ କାର୍ଡ଼ କରିବା ଦ୍ୱାରା ନେଣଦେଣ ସହଜ ଏବଂ ଅଧିକ ସୁରକ୍ଷିତ ହେବ ବୋଲି ଆର୍‌ବିଆଇ ସୂଚନା ଦେଇଛି ।

oneindia.com

ଜାନୁଆରୀ ୩୧,୨୦୧୬ରେ ଏହି ନିୟମ ତିଆରି କରାଯାଇଥିବା ବେଳେ ଜୁନ୍‌ ୨୦୧୮ ପର୍ଯ୍ୟନ୍ତ ୩୯.୪ମିଲିୟନ ଲୋକ ନିଜର କ୍ରେଡ଼ିଟ୍‌ କାର୍ଡ଼ ବଦଳାଇଥିବା ବେଳେ ୯୪୪ମିଲିୟନ ଲୋକ ନିଜ ଡ଼େବିଟ୍‌ କାର୍ଡ଼କୁ ମ୍ୟାଗ୍ନେଟିକ୍‌ ଷ୍ଟ୍ରିପ୍‌ କାର୍ଡ଼ରୁ ଇଏମ୍‌ଭି ଚିପ୍‌ କାର୍ଡ଼ କରିଥିବା ଜଣାପଡ଼ିଛି । ମ୍ୟାଗ୍ନେଟିକ୍‌ ଷ୍ଟ୍ରିପ୍‌ କାର୍ଡ଼ରେ ନେଣଦେଣ କରିବାଠାରୁ ଇଏମ୍‌ଭି ଚିପ୍‌ କାର୍ଡ଼ରେ ନେଣଦେଣ କରିବା ଅଧିକ ସୁରକ୍ଷିତ । ମ୍ୟାଗ୍ନେଟିକ୍‌ ଷ୍ଟ୍ରିପ୍‌ କାର୍ଡ଼ରେ ନେଣ ଦେଣକୁ ପୂରା କରିବା ପାଇଁ କେବଳ କାର୍ଡ଼ ସ୍ୱାଇପ୍‌ କରିବାକୁ ପଡ଼ୁଥିବା ବେଳେ ଇଏମ୍‌ଭ ଚିପ୍‌ କାର୍ଡ଼ରେ କାର୍ଡ଼ ସ୍ୱାଇପ୍‌ ସହ ପିନ୍‌ ବି ଦେବାକୁ ପଡ଼ିବ । ମ୍ୟାଗ୍ନେଟିକ୍‌ ଷ୍ଟ୍ରିପ୍‌ କାର୍ଡ଼ ତୁଳନାରେ ଇଏମ୍‌ଭି ଚିପ୍‌ କାର୍ଡ଼ରେ ଡ଼ାଟା ଏନ୍‌କ୍ରିପ୍‌ସନ୍‌ ଏବଂ ଷ୍ଟୋରେଜ୍‌ ଟେକ୍ନୋଲୋଜି ଅଧିକ ରହିଥିବା ବେଳେ କାର୍ଡ଼ର କ୍ଲୋନିଙ୍ଗ ସହଜରେ ହୋଇ ପାରିବ ନାହିଁ । ଆର୍‌ବିଆଇର ଏହି ଆଦେଶ ପରେ ଏବେ ଲୋକମାନେ ନିଜ କାର୍ଡ଼ ବଦଳାଉଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର