ଏହି ୫ଟି କାରଣରୁ ବଢ଼ୁଛି ତୈଳଦର, ଜାଣନ୍ତୁ କ’ଣ ସେହି କାରଣ

ନୂଆଦିଲ୍ଲୀ: ବିଗତ ୧୦ଦିନ ମଧ୍ୟରେ ଦେଶରେ ତୈଳଦର ଲଗାତାର ଭାବରେ ବୃଦ୍ଧି ହେଉଛି । ତେବେ ମଙ୍ଗଳବାର ଦେଶରେ ସବୁଠାରୁ ଅଧିକ ଦର ବୃଦ୍ଧି ହୋଇଥିବା ସୂଚନା ମିଳିଛି । ତୈଲଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସାମନା କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଦେଶରେ କାହିଁକି ତୈଳ ଦର ବୃଦ୍ଧି ହେଉଛି।

ମିଳିଥିବା ସୂଚନା ଅନୁସାରେ, କେବଳ ଶିଳ୍ପକମ୍ପାନିମାନଙ୍କ ପାଇଁ ଦେଶରେ ଏପରି ଭାବରେ ତୈଳ ଦର ବୃଦ୍ଧି ହେଉଛି । ଏହି ତୈଲଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବୈଦେଶିକ କାରଣ ପାଇଁ ଦେଶରେ ଏପରି ଭାବରେ ତୈଳ ଦର ଲଗାତାର ଭାବରେ ବଢୁଛି । ତେବେ ମିଳିଥିବା ସୂଚନା ଅନୁସାରେ ମୁଖ୍ୟତଃ ୫ଟି କାରଣ ପାଇଁ ତୈଳଦର ବୃଦ୍ଧି ହେଉଛି ।

କଚ୍ଚା ତୈଳ
ପେଟ୍ରୋଲ ଓ ଡିଜେଲ ଦାମ ବଢିବା ପଛର ମୁଖ୍ୟ କାରଣ ହେଉଛି କଚ୍ଚା ତେଲ । ଏହାର ଦାମରେ ଗତ କିଛି ଦିନ ହେଲାଣି ଦର କ୍ରମାଗତ ଭାବରେ ବଢିବାରେ ଓ କମିବାରେ ଲାଗିଛି । ତେବେ ଆଜି ପୁଣିଥରେ ଏହାର ଦାମ ବଢିଥିବା ସୂଚନା ମିଳିଛି । ଭାରତରେ ଯେତିକି ପରିମାଣରେ ତୈଲ ଆବଶ୍ୟକ ରହିଛି ତାହାର ୮୦ ପ୍ରତିଶତ ବାହାର ଦେଶରୁ ହିଁ ଆମଦାନୀ କରାଯାଇଥାଏ । ତେଣୁ ସେହି କଚ୍ଚା ତେଲର ଦାମ ବଢିବା କାରଣରୁ ଦେଶରେ ତୈଳ ଦର ଏପରି ଭାବରେ ବଢୁଛି ।

ଡଲାର ତୁଲନାରେ ଟଙ୍କାରେ ହ୍ରାସ

ବର୍ତ୍ତମାନ ସମୟରେ ଦେଶରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମ ରହିଛି । ଆଜି ଡଲାର ତୁଳନାରେ ଟଙ୍କା ୭୧.୩୭ ପଇସା ରହିଛି । ତେଣୁ ଦେଶରେ ତୈଳଦର ବୃଦ୍ଧି ପାଇଁ ଏହା ମଧ୍ୟ ସମପରିମାଣରେ ଦାୟୀ ବୋଲି କୁହାଯାଇଛି । ତୈଳକମ୍ପାନୀମାନେ ଯେଉଁ ଦେଶରୁ କଚ୍ଚା ତେଲ କିଣିଥାଆନ୍ତି ତାହାକୁ ଡଲାରରେ କିଣାଯାଇଥାଏ। ତେଣୁ ଡଲାର ଉପରେ ନିର୍ଭର କରେ ଯେ, କେତେ ପରିମାଣରେ ଏହାର ଦର ରହିବ । ତେଣୁ ଡଲାର ମଧ୍ୟ ତୈଳଦରକୁ ପ୍ରଭାବିତ କରେ ।

ଇରାନ ଉପରେ ଲଗାଯାଇଥିବା କଟକଣା

ଆମେରିକା ଯେଉଁପରି ଭାବରେ ଇରାନ ଉପରେ ପ୍ରତିବନ୍ଧକ ଲଗାଇଛି ସେଥିପାଇଁ ମଧ୍ୟ ତୈଳଦର ବୃଦ୍ଧି ହେଉଥିବା ଜଣାପଡିଛି । ପ୍ରତିବନ୍ଧକ ଲାଗାଯାଇଥିବାରୁ ଦେଶ କଚ୍ଚା ତେଲ ଉତ୍ପାଦନ କମ କରିଛି ତେଣୁ ଦେଶରେ ଏପରି ଅବସ୍ଥା ହୋଇଥିବା ଜଣାପଡିଛି ।

ଝଡବାତ୍ୟା
ଆମେରିକାରେ ଝଡବାତ୍ୟା ଯୋଗୁଁ ମଧ୍ୟ ଏପରି ସମସ୍ୟା ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହି କାରଣରୁ ତୈଳ ଉତ୍ପାଦନ ପ୍ରଭାବିତ ହୋଇଛି । ବର୍ତ୍ତମାନ ସମୟରେ ସେଠାରେ ବାତ୍ୟା ଓ ଝଡତୋଫାନର ଆଶଙ୍କା ମଧ୍ୟ ଅଧିକ ପରିମାଣରେ ରହିଛି । ତେଣୁ ଦେଶରେ ତୈଳଦର ପ୍ରଭାବିତ ହୋଇଛି । ତେଣୁ ଭାରତୀୟ ତୈଳକମ୍ପାନି ଗୁଡିକ ନିଜର ଉତ୍ପାଦନ ହ୍ରାସ କରିଛନ୍ତି ଓ କେହି କେହି ଉତ୍ପାଦନ କିଛିଦିନ ପାଇଁ ବନ୍ଦ ମଧ୍ୟ କରିଛନ୍ତି। ତେଣୁ ଏହାକୁ ମଧ୍ୟ ତୈଲଦର ବଢିବାର କାରଣ ବୋଲି କୁହାଯାଉଛି ।

ଟ୍ୟାକ୍ସ

ଭାରତୀୟ ତୈଳ କମ୍ପାନିଗୁଡିକ ଦରଦାମ ସ୍ଥିର କଲାପରେ ଆଜିକା ଦିନରେ ପେଟ୍ରୋଲ ଓ ଡିଜେଲ ଦର ଏପକରି ଭାବରେ ବଢିବା ପଛରେ ସବୁଠାରୁ ବଡ କାରଣ ରହିଛି ଟ୍ୟାକ୍ସ । ରାଜ୍ୟ ଓ କେନ୍ଦ୍ର ସରକାର ଯେପରି ଭାବରେ ଟ୍ୟାକ୍ସ ଲଗାଇଛନ୍ତି ସେହି କାରଣରୁ ଏପରି ଭାବରେ ଦେଶରେ ତୈଳଦର ବୃଦ୍ଧି ହୋଇଥିବା ସୂଚନା ମିଳିଛି । ତେଣୁ ବର୍ତ୍ତମାନ ସମୟରେ ସରକାର ଯଦି ଟିକସ ହ୍ରାସ କରିବେ ତେବେ ଯାଇଁ ଦେଶରେ ତୈଳଦର କମିବ ବୋଲି ତୈଲ କମ୍ପାନୀମାନେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର