‘ୱିଫି ଇଣ୍ଟରନେଟ୍‌’ର ୧୦ ବର୍ଷ ପୂର୍ତ୍ତି ପାଳନ

ଭୁବନେଶ୍ବର: ୱିଫି ଇଣ୍ଟରନେଟ୍ ପକ୍ଷରୁ ଗତକାଲି ବ୍ୟବସାୟର ୧୦ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏହି ଅବସରରେ କଂପାନିର ଦୁଇ ନିର୍ଦେଶକ ନୀତୀନ ଅଗ୍ରୱାଲ୍ ଓ ପ୍ରଶାନ୍ତ ଅଗ୍ରୱାଲ୍‌ କଂପାନିର ସମସ୍ତ ଗ୍ରାହକ ଓ କର୍ମଚାରୀଙ୍କୁ ସେମାନଙ୍କ ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ପ୍ରଦାନ କରିଛନ୍ତି। ଓଡ଼ିଶା ଇଣ୍ଟରନେଟ୍ ଶିଳ୍ପରେ ମାନଦଣ୍ଡ ଧାର୍ଯ୍ୟ କରିଥିବା ୱିଫି ଇଣ୍ଟରନେଟ୍‌ ଏବେ ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ଖୋର୍ଦ୍ଧାରେ ସେବା ପ୍ରଦାନ କରୁଛି। ଏହି ଅବସରରେ କଂପାନି ପକ୍ଷରୁ ଆଇଟି ଶିଳ୍ପ ପାଇଁ ଏକ ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ କଂପାନିର ଏକ ବର୍ଷର ସବ୍‌ସ୍କ୍ରିପ୍‌ସନ୍ ନେଲେ ଆଉ ଏକ ବର୍ଷର ସବ୍‌ସ୍କ୍ରିପ୍‌ସନ୍କୁ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର