ସବୁ ରେଳ ଷ୍ଟେସନରେ ମିଳିବ ଓ୍ଵାଇ-ଫାଇ

ନୂଆଦିଲ୍ଲୀ: ଆଗାମୀ କିଛି ଦିନ ଭିତରେ ଦେଶରେ ଥିବା ସମସ୍ତ ରେଳ ଷ୍ଟେସନରେ ଓ୍ଵାଇ-ଫାଇ ସୁବିଧା ମିଳିବ। ଏଥିପାଇଁ ରେଳବାଇ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଦୁର୍ଗମ ଅଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରାୟ ସବୁ ଆଡ଼େ ୮୫୦୦ଟି ରେଳ ଷ୍ଟେସନ ରହିଛି। ବର୍ତ୍ତମାନ ସୁଦ୍ଧା ଦେଶର ୨୧୬ଟି ପ୍ରମୁଖ ରେଳ ଷ୍ଟେସନରେ ଓ୍ଵାଇ-ଫାଇ ସୁବିଧା ମିଳୁଛି। ଭବିଷ୍ୟତରେ ୧୨୦୦ଟି ଷ୍ଟେସନରେ ଓ୍ଵାଇ-ଫାଇ ଯାତ୍ରୀଙ୍କ ସୁବିଧା ପାଇଁ ପ୍ରଦାନ କରାଯିବ। ଅନ୍ୟ ୭୩୦୦ଟି ଷ୍ଟେସନ ରହିଛି, ସେଗୁଡ଼ିକ ଦୁର୍ଗମ କିମ୍ବା ଗ୍ରାମାଞ୍ଚଳରେ ରହିଛି। ସେଠାରେ ଓ୍ଵାଇ-ଫାଇ ସୁବିଧା ଉଭୟ ଯାତ୍ରୀ ଏବଂ ଆଖପାଖ ଅଞ୍ଚଳର ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରଦାନ କରିବାକୁ ଯୋଜନା ରଖାଯାଇଛି। ଏହି ପ୍ରକଳ୍ପରେ ୭୦୦ କୋଟି ଟଙ୍କା ବିନିଯୋଗ ହେବ।

ଚଳିତ ବର୍ଷ ମାର୍ଚ ସୁଦ୍ଧା ୬୦୦ ଷ୍ଟେସନରେ ଏବଂ ୨୦୧୯ ମାର୍ଚ ସୁଦ୍ଧା ସମସ୍ତ ୮୫୦୦ଟି ରେଳ ଷ୍ଟେସନରେ ଓ୍ଵାଇ-ଫାଇ ସୁବିଧା ଉପଲବ୍ଧ କରାଇବାକୁ ରେଳବାଇ ଲକ୍ଷ୍ୟ ରଖିଛି। ଗ୍ରାମାଞ୍ଚଳରେ ଥିବା ରେଳ ଷ୍ଟେସନଗୁଡ଼ିକରେ ଓ୍ଵାଇ-ଫାଇ ସୁବିଧା ଥିବା କିଓସ୍କ ରହିବ। ସେଠାରେ ଲୋକମାନେ ଆଧାର ହାସଲ କରିବାଠାରୁ ଆରମ୍ଭ କରି ଡିଜିଟାଲ୍‌ ବ୍ୟାଙ୍କିଙ୍ଗ, ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର, ଟିକସ ପଇଠ ଏବଂ ବିଭିନ୍ନ ପ୍ରକାର ବିଲ୍‌ ପେମେଣ୍ଟ୍‌ କରିବାର ସୁବିଧା ପାଇବେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଏଭଳି କିଓସ୍କ ଖୋଲାଯିବ। ଏ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ଟେଲିକମ୍‌ ମନ୍ତ୍ରଣାଳୟ ସହିତ ଆଲୋଚନା କରାଯିବ।

ସମ୍ବନ୍ଧିତ ଖବର