ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଓ୍ଵାଇ-ଫାଇ ସେବା ଯୋଗାଇବା ପାଇଁ ଟେଲିକମ୍ ବିଭାଗ ଖୁବ୍ଶୀଘ୍ର ଟେଣ୍ଡର ଆହ୍ଵାନ କରିବ। ଏହା ସମ୍ଭବତଃ ଆସନ୍ତା ସପ୍ତାହରେ ହୋଇପାରେ। ଉକ୍ତ ପ୍ରକଳ୍ପରେ ପ୍ରାୟ ୩୭୦୦ କୋଟି ଟଙ୍କା ବିନିଯୋଗ ହେବ। ଏହି ପ୍ରକଳ୍ପ ଅଧୀନରେ ସରକାର ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶର ୧ ଲକ୍ଷ ଗ୍ରାମ ପଞ୍ଚାୟତରେ ସେକେଣ୍ଡ ପିଛା ୧ ମେଗାବାଇଟ୍ ବେଗରେ ବ୍ରଡବ୍ୟାଣ୍ଡ ସେବା ପ୍ରଦାନ ଲକ୍ଷ୍ୟ ରଖିଛନ୍ତି।