ଭୁବନେଶ୍ୱର: ଅଗ୍ରଣୀ ପୋଷାକ ବ୍ରାଣ୍ଡ୍ ଡ୍ୟୁକ୍ ପକ୍ଷରୁ ‘ଭିଭା-ଲାସ୍ ଭେଗାସ୍’ ଶୀତକାଳୀନ ପୋଷାକ ସମ୍ଭାରକୁ ଉନ୍ମୋଚନ କରାଯାଇଛି। ଆମେରିକାର ଲାସ୍ ଭେଗାସ୍ ସହର ଦ୍ୱାରା ଅନୁପ୍ରାଣିତ ହୋଇ ଏହି ଷ୍ଟାଇଲିସ୍ ପୋଷାକଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଏହି ସମ୍ଭାରରେ ରହିଛି ଟି-ସାର୍ଟ, ସ୍ୱେଟ୍୍ସାର୍ଟ, ସ୍ୱେଟର, ଜ୍ୟାକେଟ୍ ଏବଂ ଥର୍ମାଲସ୍। ଡ୍ୟୁକ୍ ଏହାର ଶୀତକାଳୀନ ସମ୍ଭାରରେ ଷ୍ଟ୍ରାଇପ୍, ପ୍ରିଣ୍ଟସ୍, ଏମ୍ବ୍ରୋଡୋରି, ପ୍ୟାଚ୍ ଓ୍ଵାର୍କ, ରାଉଣ୍ଡ ନେକ୍ ଆଦିର ସମିଶ୍ରଣକୁ ବ୍ୟବହାର କରିଛି। ପୁରୁଷ, ମହିଳା ଓ ଶିଶୁଙ୍କ ପାଇଁ ଏହି ସମ୍ଭାରରେ ପୋଷାକ ରହିଛି। ପୋଷାକର ମୂଲ୍ୟ ୭୯୯ ଟଙ୍କାରୁ ଆରମ୍ଭ ହୋଇଛି। ଏ ସମ୍ପର୍କରେ ଡ୍ୟୁକ୍ ଫେସନ୍ସ ଲିମିଟେଡ୍ର ନିର୍ଦେଶକ କୁନ୍ତଲ ରାଜ ଜୈନ କହିଛନ୍ତି ଯେ ଟ୍ରେଣ୍ଡି ଏବଂ ଷ୍ଟାଇଲିସ୍ ପୋଷାକ ପସନ୍ଦ କରୁଥିବା ଆଜିର ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ଆମେ ଶୀତକାଳୀନ ସମ୍ଭାରକୁ ପ୍ରସ୍ତୁତ କରିଛୁ।