ଶାଶୁଙ୍କ ମୃତ୍ୟୁ ପରେ ଘର ସମ୍ଭାଳିବା ପାଇଁ ଚାକିରି ଛାଡ଼ି ଥିବା ବୋହୂ ହ୍ଵାଟସ୍‌ ଆପ୍‌ ଜରିଆରେ ଶାଢ଼ି ବ୍ୟବସାୟ କରି ହେଲେ କୋଟିପତି

ଚେନ୍ନାଇ: ବିଭିନ୍ନ ଉପାୟରେ ଆପଣ ସେସିଆଲ ମିଡିଆ ଜରିଆରେ ଘରେ ବସି ରୋଜଗାର କରି ପାରିବେ ବୋଲି ସମୟସମୟରେ ଖବର ପ୍ରକାଶ ପାଇଥାଏ। ତେବେ ଚେନ୍ନାଇର ଜଣେ ମହିଳା ସୋସିଆଲ ମିଡିଆକୁ ମାଧ୍ୟମ କରି ଇଚ୍ଛା ଅନୁଯାୟୀ ଅର୍ଥ ରୋଜଗାର କରିପାରି ହେବ ତାହା ପ୍ରମାଣ କରି ଦେଖାଇଛନ୍ତି। ସେ ତିନିବର୍ଷ ଭିତରେ ହ୍ଵାଟସ୍‌ ଆପ୍‌ ଜରିଆରେ ବ୍ୟବସାୟ କରି କୋଟିପତି ହୋଇଛନ୍ତି। ଏବଂ ଏହି ମହିଳା ସବୁ ଗୃହିଣୀଙ୍କ ପାଇଁ ଜଣେ ଉଦାହରଣ ପାଲଟିଛନ୍ତି।

ଚେନ୍ନାଇର ସାନ୍‌ମୁଗାରେ ବସବାସ କରୁଥିବା ପ୍ରିୟା କେନ୍‌ ହ୍ଵାଟ୍‌ସଆପ ମାଧ୍ୟମରେ ଶାଢ଼ି ବ୍ୟବସାୟ କରି ତିନି ବର୍ଷ ଭିତରେ ୨.୫କୋଟି ଟଙ୍କା ରୋଜଗାର କରିଛନ୍ତି। ତେବେ ପ୍ରିୟାଙ୍କ ଶାଶୁ ଘର ଘର ବୁଲି ଶାଢ଼ି ବିକ୍ରି କରୁଥିଲେ। ୨୦୧୪ରେ ତାଙ୍କ ଶାଶୁଙ୍କ ମୃତ୍ୟୁ ପରେ ସେ ଚାକିରି ଛାଡ଼ି ପରିବାରର ଦାୟିତ୍ୱ ନେବେ ବୋଲି ସ୍ଥିର କରିଥିଲେ। କିନ୍ତୁ ଯେବେ ତାଙ୍କ ପରିବାରକୁ ଟଙ୍କାର ଆବଶ୍ୟକତା ପଡ଼ିଥିଲା, ସେ ତାଙ୍କ ଶାଶୂଙ୍କ ବ୍ୟବସାୟକୁ ଆରମ୍ଭ କରିବା ପାଇଁ ଚିନ୍ତା କରିଥିଲେ। ପ୍ରଥମେ ପ୍ରିୟା ନିଜ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କୁ ହ୍ଵାଟସ୍‌ ଆପ୍‌ ଜରିଆରେ ଶାଢ଼ି ବିକ୍ରି କରିବା ଆରମ୍ଭ କରିଥିଲେ। ଏବେ ପ୍ରିୟା କେବଳ ଭାରତ ନୁହେଁ ବରଂ ଭାରତ ବାହାରେ ମଧ୍ୟ ଶାଢ଼ି ବ୍ୟବସାୟ କରୁଛନ୍ତି। ପ୍ରିୟାଙ୍କ ହ୍ଵାଟସ୍‌ ଆପରୁ ଦିନକୁ ୫୦ରୁ ୬୦ଟି ଶାଢ଼ି ବିକ୍ରି ହେଉଥିବା ବେଳେ ପାର୍ବଣ ଋତୁ ସମୟରେ ଏହା ୧୦୦ ଟପି ଯାଇଥାଏ।

ସମ୍ବନ୍ଧିତ ଖବର