ଆୟକର ଦିବସ ପାଳନରେ ଯୋଗଦେବେନି କର୍ମଚାରୀ

ଭୁବନେଶ୍ୱର: ପ୍ରତିବର୍ଷ ସରକାର ଆୟକର ସଂଗ୍ରହ ଲକ୍ଷ୍ୟକୁ ବଢ଼ାଇ ଚାଲିଥିବା ବେଳେ କର୍ମଚାରୀମାନଙ୍କ ନ୍ୟାଯ୍ୟ ଦାଦିକୁ ପୂରଣ କରୁ ନଥିବାରୁ କର୍ମଚାରୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। କର୍ମଚାରୀ ଓ ଅଧିକାରୀମାନଙ୍କ ସମସ୍ୟା ପ୍ରତି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଉଦାସୀନ ରହିବା ଯୋଗୁଁ ଗତ ଦୁଇ ମାସ ଧରି ଆୟକର କର୍ମଚାରୀ ମହାସଂଘ ଓ ଆୟକର ଗେଜେଟେଡ ଅଧିକାରୀ ସଂଘ ଆନ୍ଦୋଳନ ପନ୍ଥା ଆପଣାଇଛନ୍ତି। ବିଭାଗର ୯୭% କର୍ମଚାରୀ ଏହି ଦୁଇ ସଂଘର ଆହ୍ଵାନ କ୍ରମେ ମିଳିତ କ୍ରିୟାନ୍ଵୟନ ପରିଷଦ ବ୍ୟାନର୍‌ରେ ଏହି ଆନ୍ଦୋଳନ ଜାରି ରହିଛି। ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଆନ୍ଦୋଳନର ଦ୍ୱିତୀୟ ଚରଣରେ ଅଗଷ୍ଟ ୧ ତାରିଖରୁ ଅଧିକାରୀ ଓ କର୍ମଚାରୀମାନେ କୌଣସି ସର୍ଭେ, ସର୍ଚ୍ଚ ଓ ସିଜରରେ ଭାଗ ନନେବା, ସେପ୍ଟେମ୍ବର ୧୨ରେ ଦେଶବ୍ୟାପୀ ଏକ ଦିବସୀୟ ଧର୍ମଘଟ ପାଳନ କରିବା ଆଦି କାର୍ଯ୍ୟକ୍ରମ ରହିଛି। ଜୁଲାଇ ୨୪ରେ ସରକାରୀ ଭାବେ ପାଳନ ହେବାକୁ ଥିବା କାର୍ଯ୍ୟକ୍ରମରେ କର୍ମଚାରୀମାନେ ଯୋଗନଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର