ଟୁଟିକୋରିନ କପର ପ୍ଲାଣ୍ଟ ପୁଣି ଖୋଲିବାକୁ ବେଦାନ୍ତର ଉଦ୍ୟମ

ଟୁଟିକୋରିନ : ଚେନ୍ନାଇ ସ୍ଥିତ କପର ପ୍ଲାଣ୍ଟ ପୁଣି ଖୋଲିବାକୁ ଉଦ୍ୟମ କରୁଛୁ ବୋଲି ବେଦାନ୍ତ ସୂଚନା ଦେଇଛି । ଏଥିପାଇଁ ବିଭିନ୍ନ ସରକାରୀ ସଂସ୍ଥା ଓ ନିୟାମକ କର୍ତ୍ତୃପକ୍ଷଙ୍କ ସହ ମିଶି କାର୍ଯ୍ୟ କରାଯାଉଛି । ଗତ

ସୂଚନାଯୋଗ୍ୟ ଯେ ବେଦାନ୍ତର ଶାଖା କମ୍ପାନି ଷ୍ଟେରଲାଇଟର କପର ପ୍ଲାଣ୍ଟକୁ ବନ୍ଦ କରିବାକୁ ତାମିଲନାଡୁ ସରକାର ଗତ ମେ ମାସରେ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବନ୍ଦ କରିବାକୁ ଦାବି କରୁଥିବା ଲୋକମାନଙ୍କ ବିକ୍ଷୋଭ ହିଂସାତ୍ମକ ହେବାରୁ ପୁଲିସ ଗୁଳିରେ ୧୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଏହାକୁ ନେଇ ରାଜ୍ୟ ସରକାର ଭୀଷଣ ଚାପରେ ଥିଲେ । ରାଜ୍ୟମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ କହିଥିଲେ ଯେ ସ୍ଥାନୀୟ ଲୋକମାନଙ୍କ ଇଚ୍ଛା ମୁତାବକ ପ୍ଲାଣ୍ଟକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଉକ୍ତ ପ୍ଲାଣ୍ଟର କନସେଣ୍ଟ-ଟୁ-ଅପରେଟ୍‌ ପ୍ରତ୍ୟାହାର କରିନିଆଯାଇଛି ଓ ପ୍ଲାଣ୍ଟକୁ ସିଲ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ କୁହାଯାଇଛି । ଏବେ କମ୍ପାନି ପୁଣି ଥରେ କନସେଣ୍ଟ ଟୁ ଅପରେଟ ହାସଲ କରିବାକୁ ଉଦ୍ୟମ ଆରମ୍ଭ କରିଛି । ଏଥିପାଇଁ କମ୍ପାନି କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ଆବେଦନ କରିଛି ।

ଟୁଟିକୋରିନଠାରେ ଥିବା ବେଦାନ୍ତ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ପ୍ରାୟ ୪ ଲକ୍ଷ ଟନ । ଏହା ବନ୍ଦ ହୋଇଥିବାରୁ ଦେଶର କପର ଉତ୍ପାଦନ ପ୍ରାୟ ଅଧା କମିଯାଇଛି । ଆହୁରି ମଧ୍ୟ ପ୍ଲାଣ୍ଟ ବନ୍ଦ ହେବା ଦ୍ୱାରା ପ୍ରାୟ ୩୦ ହଜାର ଲୋକ ଚାକିରି ବା ଜୀବିକା ହରାଇଛନ୍ତି ।

ସମ୍ବନ୍ଧିତ ଖବର