ୱାର୍ଲଡ୍ କାର୍‌ ଆୱାର୍ଡ ପାଇଁ ହୁଣ୍ଡାଇ ସାଣ୍ଟ୍ରୋ ମନୋନୀତ

ନୂଆଦିଲ୍ଲୀ: ହୁଣ୍ଡାଇ ପକ୍ଷରୁ କିଛି ଦିନ ତଳେ ବଜାର ପ୍ରବେଶ କରାଯାଇଥିବା ନୂଆ ସଣ୍ଟ୍ରୋ ୱାର୍ଲଡ୍ କାର୍‌ ଆୱାର୍ଡର ୨୦୧୯ ୱାର୍ଲଡ୍ ଅର୍ବାନ୍ କାର୍‌ ଆୱାର୍ଡ ପାଇଁ ମନୋନୀତ ହୋଇଛି। ଏହି ସମ୍ମାନଜନକ ପୁରସ୍କାରର ଚୂଡ଼ାନ୍ତ ପାଞ୍ଚ ମଧ୍ୟରେ ସାଣ୍ଟ୍ରୋ ସ୍ଥାନ ପାଇଛି। ଏହି ପୁରସ୍କାର ପାଇଁ ସାଣ୍ଟ୍ରୋ ମନୋନୀତ ହୋଇଥିବାରୁ ଆମେ ବହୁତ ଖୁସି ବୋଲି ହୁଣ୍ଡାଇ ମୋଟର ଇଣ୍ଡିଆର ଏମ୍‌ଡି ଓ ସିଇଓ ଏସ୍ ଏସ୍‌ କିମ୍ କହିଛନ୍ତି। ୧୯୯୮ରେ ସାଣ୍ଟ୍ରୋ ଭାରତୀୟ ବଜାରରେ ପ୍ରବେଶ କରିବା ସହ ଲୋକଙ୍କ ପସନ୍ଦର କାର୍‌ ଭାବେ ଉଭା ହୋଇଥିଲା।

ସମ୍ବନ୍ଧିତ ଖବର