ବିଶ୍ୱର ସବୁଠୁ ଦାମୀ ମଡେଲ୍‌

ଆନୋକ୍‌ ୟାଇ ହେଉଛନ୍ତି ଏବେ ବିଶ୍ୱର ସବୁଠୁ ଦାମୀ ମଡେଲ। ଏହି କୃଷ୍ଣକାୟ ମହିଳା ଜଣକ ଏବେ ପୃଥିବୀର ସବୁଠୁ ସୁନ୍ଦର ମହିଳା ଭାବେ ବିବେଚିତ । ପ୍ରତି ଘଣ୍ଟାର ଫେସନ୍‌ ଫଟୋଗ୍ରାଫି ପାଇଁ ସେ ୧୫ ହଜାର ଡଲାର ଚାର୍ଜ କରୁଛନ୍ତି। ନାଓମି କ୍ୟାମ୍ପବେଲ୍‌ଙ୍କ ପରେ ଦ୍ୱିତୀୟ କୃଷ୍ଣକାୟ ମହିଳାଭାବେ ସେ ଇଟାଲିର ମିଲନ୍‌ଠାରେ ଅନୁଷ୍ଠିତ ପ୍ରାଡା ସୋ’କୁ ଉନ୍ମୋଚନ କରି ନିକଟରେ ଚର୍ଚାକୁ ଆସିଛନ୍ତି। ଇଜିପ୍ଟରେ ଜନ୍ମଲାଭ କରିଥିବା ଆନୋକ୍‌ ଏବେ ଜଣେ ଆମେରିକୀୟ ଫେସନ୍‌ ମଡେଲ। ଇଜିପ୍ଟରେ ଜନ୍ମଲାଭ କରିଥିଲେ ମଧ୍ୟ ତାଙ୍କ ବଂଶଧର ସୁଦାନର। ତାଙ୍କୁ ଦୁଇ ବର୍ଷ ହୋଇଥିବାବେଳେ ସେ ପରିବାର ସହିତ ମାଞ୍ଚେଷ୍ଟରକୁ ଯାଇ ସେଠାରେ ବସବାସ କରୁଛନ୍ତି। ଆନୋକ୍‌ଙ୍କ ମା ଜଣେ ନର୍ସ। ଆନୋକ୍‌ଙ୍କ ଫେସନ୍‌ ସୋ’ର ପରିଚାଳନା ତାଙ୍କ ଭଉଣୀ ଆଲିମ୍‌ କରିବା ସହିତ ଆର୍ଥିକ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଥାନ୍ତି। ମାଞ୍ଚେଷ୍ଟର ହାଇସ୍କୁଲ େଓ୍ଵଷ୍ଟରୁ ସେ ଉତ୍ତୀର୍ଣ୍ଣ ହେବା ପରେ ଏବେ ପ୍ଲାଏମାଉଥ୍‌ ଷ୍ଟେଟ ୟୁନିଭର୍ସିଟିରେ ବାୟୋକେମିଷ୍ଟ୍ରିରେ ଶିକ୍ଷାଲାଭ କରୁଛନ୍ତି। ଡାକ୍ତର ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର