ମୋବାଇଲର ଏହି ମଡେଲରେ କାମ କରିବା ବନ୍ଦ କରିଦେବ ହ୍ଵାଟ୍‌ସଆପ୍‌,ଆପଣଙ୍କ ଫୋନର ମଡେଲ ସେଥିରେ ସାମିଲ ନାହିଁ ତ?

ନୂଆଦିଲ୍ଲୀ : ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ ଆପ୍‌ ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର । ଏବେ କିଛି ମଡ଼େଲର ମୋବାଇଲ ଫୋନରେ ହ୍ଵାଟ୍‌ସଆପ କାମ କରିବା ବନ୍ଦ କରିଦେବ ବୋଲି ସୂଚନା ମିଳିଛି । ସେଥିରେ ରହିଛି ଆପଲର ଆଇଓଏସ୍‌ ୭.୧.୨ ଏବଂ ତା’ଠାରୁ ପୁରୁଣା ଭର୍ସନ । ଆଇଓଏସ୍‌ ୭.୧.୨ ଏବଂ ତା’ଠାରୁ ପୁରୁଣା ଭର୍ସନରେ ଫେବୃଆରି ୧,୨୦୨୦ଠାରୁ ହ୍ଵାଟସ୍‌ଆପ୍‌ କାମ କରିବା ବନ୍ଦ କରିଦେବ ବୋଲି ଜଣା ପଡ଼ିଛି । ଆପଲର ଏହି ଭର୍ସନ ବ୍ୟବହାର କରୁଥିବା ଲୋକମାନେ ହ୍ଵାଟସ୍‌ଆପ୍‌ର ନୂଆ ଭର୍ସନକୁ ଇନ୍‌ଷ୍ଟଲ କରି ପାରିବେ ନାହିଁ ।

Business Today

ଆଇଓଏସ୍‌ ୭.୧.୨ ଏବଂ ତା’ଠାରୁ ପୁରୁଣା ଭର୍ସନରେ ଯଦି ହ୍ଵାଟସ୍‌ଆପ୍‌ ପୂର୍ବରୁ ଇନ୍‌ଷ୍ଟଲଡ଼୍‍ ଥିବ ତେବେ ତାହା କାମ କରିବ । କିନ୍ତୁ ଯଦି ବ୍ୟବହାରକାରୀ ଏହାକୁ ହଟାଇ ଆଉ ଥରେ ଇନ୍‌ଷ୍ଟଲ କରିବେ ତେବେ ତାହା କାମ କରିବ ନାହିଁ ବୋଲି ହ୍ଵାଟସ୍‌ଆପ୍‌ ସ୍ପଷ୍ଟ କରିଛି । ହ୍ଵାଟସ୍‌ଆପ୍‌ର ନୂଆ ଭର୍ସନ କେବଳ ଆପଲ ୮ ଏବଂ ଏହାର ଆଗକୁ ଆସିବାକୁ ଥିବା ଭର୍ସନରେ କାମ କରିବ । ଏହି ଖବରରୁ ସ୍ପଷ୍ଟ ହେଉଛି ଯେ ଯଦି ହ୍ଵାଟ୍‌ସଆପ୍‌ର ଆଗକୁ କିଛି ନୂଆ ଅପ୍‌ଡ଼େଟ୍‌ ଆସେ ତେବେ ଆଇଓଏସ୍‌ ୭.୧.୨ ଏବଂ ତା’ଠାରୁ ପୁରୁଣା ଭର୍ସନର ବ୍ୟବହାରକାରୀମାନେ ଏହାକୁ ନିଜ ଫୋନରେ ବ୍ୟବହାର କରି ପାରିବେ ନାହିଁ ।

ସମ୍ବନ୍ଧିତ ଖବର